ହେନ୍ତାଳ ବଣ ସୃଷ୍ଟି ପାଇଁ ଅଣ୍ଟା ଭିଡ଼ିଲେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ଯୁବ ପରିବେଶ କର୍ମୀ ଏନ୍. ନୀଳମାଧବ ପାତ୍ର !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ବନ୍ୟା ବାତ୍ୟା ଝଡ଼ ସୁନାମୀ ଆଦି ପ୍ରାକୃତିକ ବିପର୍ଯ୍ୟୟ ଦାଉରୁ ଓଡ଼ିଶା ଉପକୂଳ କୁ ସୁରକ୍ଷା ପ୍ରଦାନ କରୁଥିବା ଦୁର୍ଲଭ ହେନ୍ତାଳ ଲୁଣା ଜଙ୍ଗଲ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବାର ଢେର ଆବଶ୍ୟକତା ରହିଛି । ଏହାକୁ ନେଇ ଆଗକୁ ବଢ଼ିଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ର ତଥା ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ଅନ୍ତର୍ଗତ ପଦ୍ମପୁର ଗ୍ରାମର ରାଜ୍ୟ ପୁରସ୍କାର ପ୍ରାପ୍ତ ଯୁବ ସମାଜସେବୀ ପରିବେଶ କର୍ମୀ ଏନ୍. ନୀଳମାଧବ ପାତ୍ର । ପ୍ରାଥମିକ ପର୍ଯ୍ୟାୟରେ ଆର୍ଦ୍ର ଭୂମି ଭଳି ଅଞ୍ଚଳରେ ବରି କେରୁଆଁ ଭଳି ୧୦୦ ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି । ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସରଂକ୍ଷଣ ଦିଗରେ କାର୍ଯ୍ୟ କରୁଥିବା କିଛି ଯୁବ ଗୋଷ୍ଠୀ ଙ୍କ କାର୍ଯ୍ୟଧାରା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଏହି ବ୍ୟକ୍ତିତ୍ଵ ଅନ୍ୟତମ । ଏହି ଯୁବ ପରିବେଶ ପ୍ରେମୀ କୁହନ୍ତି ଯେ, ଓଡ଼ିଶା ପ୍ରମୁଖ ଉପକୂଳ ହେଉଛି ଗଂଜାମ ଜିଲ୍ଲାର ଯାହାକି ପ୍ରାୟ ୬୦ କି.ମି. ବ୍ୟାପ୍ତ ସାମୁଦ୍ରିକ ଅଞ୍ଚଳ ଆଉ ଏଠାରେ ପ୍ରତିବର୍ଷ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟା ଝଡ଼ ରେ ବହୁ ଧନ ସମ୍ପତ୍ତି ଜନ ଜୀବନ କ୍ଷତିଗ୍ରସ୍ତ ଓ ଅସୁରକ୍ଷିତ ହୁଅନ୍ତି । କେବଳ ଏକ ସବୁଜ ବଳୟ ଭଳି ହେନ୍ତାଳ ବଣର ଅଭାବ ଯୋଗୁଁ । ଗତ ଫାଇଲିନ ବାତ୍ୟାରେ ଯଦି କେଉଁ ଜିଲ୍ଲା ସର୍ବାଧିକ କ୍ଷତି ସହିଛି ତାହା ହେଉଛି ଆମ ଗଞ୍ଜାମ ଜିଲ୍ଲା । ଏଠାରେ କମ୍ କ୍ଷତି ହୋଇଥାନ୍ତା ଯଦି ଏଠାରେ ପର୍ଯ୍ୟାପ୍ତ ପରିମାଣର ହେନ୍ତାଳ ଲୁଣା ଜଙ୍ଗଲ ଥାନ୍ତା । ଉପକୂଳ ଓଡ଼ିଶାରେ ବାତ୍ୟା ଝଡ଼ କେବଳ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେଉଛି ଆଉ ଏହାର ବିପଦ କେବଳ ପରିବେଶ ଉପରେ ପଡ଼ିବନି ବରଂ ବିଭିନ୍ନ କ୍ଷେତ୍ରରେ ପଡ଼ିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ସେ ଏନ ଏସ ଏସ, ଓ ପି ଏସ ଏ, ଜି ଟି ଟି ଏବଂ ଏସ ଏସ ଏଫ୍ ଭଳି ଏନ୍ ଜି ଓ ମାନଙ୍କ ସହ ମିଶି କାମ କରିଛନ୍ତି । ଉପକୂଳ ପ୍ରଦୂଷଣ ପାଇଁ ଆଜି ହେନ୍ତାଳ ବନ ଅସୁରକ୍ଷିତ । ଏହାର ସୁରକ୍ଷା ଓ ସୃଷ୍ଟି ତଥା ଆର୍ଦ୍ରଭୂମିର ପୁନରୁଦ୍ଧାର ପ୍ରୟାସ ସମସ୍ତେ କରିବା ସହ ବହୁଳ ବୃକ୍ଷରୋପଣ, ଯାନବାହାନ ଓ ପ୍ଲାଷ୍ଟିକ ଯେତେ କମ୍ ବ୍ୟବହାର କରିବା ସେତେ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଭଲ ହେବ ବୋଲି ସେ ମତ ପୋଷଣ କରିବା ସହ ଆଗାମୀ ଅଭିଯାନରେ ବିଭିନ୍ନ ଏନ୍ ଜି ଓ, ସଂଗଠନ, ଇଛୁକ ସମାଜ ସେବୀ ଏବଂ ପରିବେଶ ପ୍ରେମୀ ଆଦି ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *