କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ କନ୍ଦରପୁର ପଞ୍ଚାୟତର ବମ୍ବୁରୀ ଗ୍ରାମର କୁନି ଝିଅ କୁମାରୀ ଦେବସ୍ମିତା ପରିଡା , କରୋନା ମହାମାରୀ ସମୟରେ ନିଜର ସ୍ୱଳ୍ପସଂଚିତ ଅର୍ଥରାଶିକୁ ବିଭିନ୍ନ ସଂଗଠନ ଦ୍ଵାରା ଆୟୋଜିତ ହେଉଥିବା ସେଵାକାର୍ଯ୍ୟ ନିମନ୍ତେ ପ୍ରଦାନ କରିଛନ୍ତି . ପିତା ସମାଜସେବୀ ଦୁର୍ଗା ପ୍ରସାଦ ପରିଡା ଓ ମାତା ଶ୍ରଦ୍ଧାଞ୍ଜଳୀ ପରିଡାଙ୍କ ସୁକନ୍ୟା କୁମାରୀ ଦେବସ୍ମିତାଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି . ଛୋଟ ବୟସରୁ ସମାଜସେବା ପ୍ରତି ଆଗ୍ରହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ସୂଚନାଯୋଗ୍ୟ ଏହି ଛଅ ବର୍ଷର ଶିଶୁ ପ୍ରତିଭା ଦେବସ୍ମିତା ସାରସ୍ୱତ ସଙ୍ଗୀତ ବିଦ୍ୟାଳୟ କନ୍ଦରପୁରେ ଓଡିଶୀ ନୃତ୍ୟ ଶିକ୍ଷା କରିବାସହ ଅଧୁନା ଗଣପତି ଶିଶୁ ମନ୍ଦିର ବମ୍ବୁରୀରେ ବିଦ୍ୟାଶିକ୍ଷା କରୁଛନ୍ତି । ଓଡ଼ିଶୀ ନୃତ୍ୟ ଏବଂ ସମାଜସେବାରେ ଅନନ୍ୟ ସ୍ୱୀକୃତି ସ୍ୱରୂପ ବହୁ ସଂଗଠନ ପକ୍ଷରୁ ସେ ପୁରସ୍କୃତ ଆଉ ସମ୍ବର୍ଦ୍ଧିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣି ପାରିଛନ୍ତି ଏବଂ ବୁଦ୍ଧିଜୀବୀ ମହଲ ତଥା ବିଭିନ୍ନ ସଂଗଠନ ଯଥା ସରସ୍ୱତୀ କଳା ପରିଷଦ-କନ୍ଦରପୁର, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା , ଉତ୍କଳ ବିକାଶ ପରିଷଦ-କଟକ ସଦର, ସ୍ବର୍ଗତ ବସନ୍ତ ଜେନା ସ୍ମୃତି ସଂସଦ-ଦାମୋଦରପୁର, ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ, ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ-ବୟାଳିଶମୌଜା ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର କାମନା କରାଯାଇଛି ।