ସାମାଜିକ ସଂଗଠନ ସୁପ୍ରତିଭା ଓ ଗୁଂଜର ପକ୍ଷରୁ ଜନସେଵା ।

0
198

କଟକ ( ଆୱାଜ ମିଡ଼ିଆ ) ପ୍ରିୟବ୍ରତ ପଟ୍ଟନାୟକ : ରାଜ୍ୟର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସୁପ୍ରତିଭା ଓ ନୂଆଦିଲ୍ଲୀ ସ୍ଥିତ ଗୁଂଜର ମିଳିତ ସହଯୋଗରେ ରାହତ କୋଭିଡି ୧୯ ପ୍ରକଳ୍ପ ଦ୍ୱାରା କଟକ ଜିଲ୍ଲା ନୂଆପଡା ବାଲିସାହିରେ ରହୁଥିବା ପାଖାପାଖି ୧୪୦ରୁ ଉର୍ଦ୍ଧ୍ବ ଗରିବ ଲୋକ ମାନଙ୍କୁ ଚାଉଳ,ଅଟା,ଡାଲି,ଲୁଣ,ତେଲ,ଚିନି ଇତ୍ୟାଦି ରାସନ ସାମଗ୍ରୀ ସହ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା ।

ଏହି କାର୍ଯକ୍ରମରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସାମାଜିକ ସଂଗଠନ ଏଫ.ପି.ର.ଏ.ର ସମ୍ପାଦିକା ଲିପ୍ସା ମହାପIତ୍ର ଓ ସୁପ୍ରତିଭାର ସମ୍ପାଦକ ବିକାଶ ମହାପାତ୍ରଙ୍କ ଆହ୍ୱାନ କ୍ରମେ ସୁପ୍ରତିଭାର କାର୍ଯ୍ୟକାରିଣୀ ସଦସ୍ୟା ଯାଜ୍ଞସେନୀ ନାୟକ,ଶଶିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏହାଛଡା ସେହି ଅଞ୍ଚଳର ମୌଳିକ ସୁବିଧାକୁ ଆଖି ଆଗରେ ରଖି ଆଗାମୀ ଭବିଷ୍ୟତରେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟ,ଶିକ୍ଷା,ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଅନୁଷ୍ଠାନର ସମ୍ପାଦକ ମତବ୍ୟକ୍ତ କରିଛନ୍ତି I ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାହତ କୋଭିଡି ୧୯ ପ୍ରକଳ୍ପ ଦ୍ୱାରା ସୁପ୍ରତିଭା ଅନୁଷ୍ଠାନ ରାଜ୍ୟରେ ୭୨୮ ଗରିବ ଲୋକଙ୍କୁ ରାସନ, ସ୍ୱଚ୍ଛତା କିଟ୍, ୨୦୦ ପରିବାରକୁ ପନିପରିବା ମଞ୍ଜି ଓ ୪୧୨ ପରିବାରକୁ ବିଭିନ୍ନ ପ୍ରକାରର ଫଳଗଛ ବଣ୍ଟନ କରିଅଛି I

LEAVE A REPLY

Please enter your comment!
Please enter your name here