ବେଗୁନିଆରେ ମାନବାଧିକାର ସଂଗଠନ କାର୍ଯ୍ୟାଳୟ ଉଦଘାଟିତ !!!

0
204

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସଦର ମହକୁମାରେ ମାନବ ଅଧିକାର ସଂଗଠନ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଖୋର୍ଦ୍ଧା ଜିଲ୍ଲା ମାନବ ଅଧିକାର ସଂଗଠନ ସଭାପତି ସୁକାନ୍ତ କୁମାର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜାତୀୟ ସଭାପତି ତେଜ କିରଣ ଚୌହ୍ୱାନ ମୁଖ୍ୟ ଉଦଘାଟକ ଭାବେ ଯୋଗ ଦେଇଥିଲେ । ଏହି ସଭାରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ପ୍ରଥମେ ମାନବାଧିକାର ସଂଗଠନ କାର୍ଯ୍ୟାଳୟ ଖୋଲିବା ପରେ ସାଧାରଣ ଲୋକେ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର ଯୋଗଦେଇ ସାମ୍ବାଦିକ ମାନଙ୍କର କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ । ଶେଷରେ ସଭାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here