ପିଲାମାନଙ୍କୁ ନିମୋନିଆରୁ ରକ୍ଷା ନିମନ୍ତେ ନିମୋକୋକାଲ କଞ୍ଜୁଗେଟ ଟୀକାକରଣର ଶୁଭାରମ୍ଭ !!!

0
277
Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପିଲାମାନଙ୍କୁ ନିମୋନିଆରୁ ରକ୍ଷା ନିମନ୍ତେ ନିମୋକୋକାଲ କଞ୍ଜୁଗେଟ ଟୀକାକରଣର ଶୁଭାରମ୍ଭ . ପିଲାମାନଙ୍କୁ ନିମୋକୋକାଲ ଏବଂ ମସ୍ତିସ୍କ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଜି ସାରା ରାଜ୍ୟରେ ନିମୋକୋକାଲ କଞ୍ଜୁଗେଟ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପିଲାମାନଙ୍କର ଏହି ନିମୋକୋକାଲ କଞ୍ଜୁଗେଟ ଟୀକାକରଣର ଶୁଭାରମ୍ଭ କରିଛନ୍ତି । ଆଗାମୀ ଦିନରେ କରୋନା ସଂକ୍ରମଣର ତୃତୀୟ ଲହରରେ ଶିଶୁମାନେ ମଧ୍ୟ ସଂକ୍ରମିତ ହେବାର ଅଧିକ ଆଶଙ୍କା ଅଛି । ନିମୋନିଆ ୫ ବର୍ଷରୁ କମ ପିଲାଙ୍କର ମୃତ୍ୟୁର ଏକ ପ୍ରମୁଖ କାରଣ ଅଟେ । ଏହି ଟୀକା ପ୍ରଦାନ ଦ୍ୱାରା ଶିଶୁମାନଙ୍କୁ ନିମୋକୋକାଲ ଏବଂ ମସ୍ତିସ୍କ ସଂକ୍ରମଣରୁ ରକ୍ଷା କରାଯାଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ପୂର୍ବରୁ ଏହି ନିମୋକୋକାଲ କଞ୍ଜୁଗେଟ ଟୀକା ( ପି.ସି.ଭି. ) ପ୍ରଦାନ ସୁବିଧା କେବଳ ବେସରକାରୀ ଚିକିତ୍ସାଳୟ ଗୁଡିକରେ ଉପଲବ୍ଧ ହେଉଥିଲା । ଆଜି ଠାରୁ ଏହି ନିମୋକୋକାଲ କଞ୍ଜୁଗେଟ ଟୀକା ( ପି.ସି.ଭି. ) ପ୍ରଦାନ ସୁବିଧା ସରକାରୀ ଚିକିତ୍ସାଳୟ ଗୁଡିକରେ ମଧ୍ୟ ଉପଲବ୍ଧ ହେବ । ଏହି ( ପି.ସି.ଭି. ) ଟୀକା ସାରା ଦେଶରେ ନିୟମିତ ଟିକକରଣ କାର୍ଯ୍ୟକ୍ରମ ଅଧୀନରେ ବିନା ମୂଲ୍ୟରେ ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଏହି ଟୀକାକରଣର ଶୁଭାରମ୍ଭ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ରାଣୀ ମିଶ୍ର , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ. ସୋନାଲୀ ପ୍ରିୟଦର୍ଶିନୀ , ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ସଂଯୋଜକ ନନ୍ଦ କିଶୋର ମଲିକ , ଗୃପ୍ତିକା ସାହୁଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here