ଖରଡ଼ି ଛକ ମୁଖ୍ୟ ରାସ୍ତାରେ ଅଜଣା ଗାଡି ଧକାରେ ଦୁଇ ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ମୁଖ୍ୟ ରାସ୍ତାରେ ଏକ ଅଜଣା ଗାଡି ଧକାରେ ଦୁଇ ଗୁରୁତର ଆହତ । ଆହତ ବ୍ୟକ୍ତି ଦ୍ୱୟ ଏନସିସି ଠିକା ସଂସ୍ଥାରେ କାର୍ଯ୍ୟ କରୁଥିବା ସୁକିନ୍ଦା ଥାନା ପାଖ ହରିଜନ ସାହିର ପ୍ରକାଶ ନାୟକ ଅନ୍ୟ ଜଣଙ୍କ ମଧ୍ୟପ୍ରଦେଶ ର ରାଜେନ୍ଦ୍ର ପାଚେ ଅଟନ୍ତି . ଦୁଇ ବ୍ୟକ୍ତି ବାଇକ ଯୋଗେ ସୁକିନ୍ଦା ଆସୁଥିବା ସମୟରେ ଅଜଣା ଗାଡି ଧକାରେ ଗୁରୁତର ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ବାଟୋଇ ମାନେ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ ଦମକଳ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ . ଦୁଇ ଆହତ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର .

Leave a Reply

Your email address will not be published. Required fields are marked *