ପୁଲିସ କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର !!!

0
253

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : ଚୋର ଧରିବାକୁ ଯାଇଥିବା ପୁଲିସ କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର । ଚୋରା ଠାରୁ ମାଡ ଖାଇ ପୁଲିସ କନେଷ୍ଟବଳ ଗୁରୁତର ଆହତ । ଘଟଣାସ୍ଥଳରୁ ଚୋର ଫେରାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ । ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି । ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଗତକାଲି ରାତିରେ ଚୋରି ହୋଇଥିଲା ।ଗ୍ରାମବାସୀ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ତିର୍ତ୍ତୋଲ ପୋଲିସ ସନ୍ଧାନି କୁକୁର ସାହାଯ୍ୟରେ ଆଜି ଅପରାହ୍ନରେ ତଦନ୍ତ କରିଥିଲେ । ତୋଟାସାହି ମନ୍ଦିର ଠାରୁ ସନ୍ଧାନୀ କୁକୁର ପଡୋଶୀ ବାଲିସାହି ଗ୍ରାମର ରତ୍ନାକର ବରାଳଙ୍କ ଘର କବାଟ କୁ ଇଙ୍ଗିତ କରିଥିଲା । କବାଟ ବନ୍ଦ ଥିବାରୁ ସାଙ୍ଗରେ ଥିବା ପୁଲିସ କନେଷ୍ଟବଳ ଜଣଙ୍କ କବାଟ ବାଡାଇ ଘରେ କିଏ ଅଛ ଡାକିଥିଲେ । ଘର ଭିତରୁ ରତ୍ନାକରଙ୍କ ପୁଅ ନନ୍ଦ ଏକ ମାରଣାସ୍ତ୍ର ଧରି ବାହାରକୁ ଆସି ହଠାତ କନେଷ୍ଟବଳ ଜଣଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଗାଁ ଦାଣ୍ଡରେ କନେଷ୍ଟବଳ ଜଣଙ୍କୁ ଗୋଡେଇ ଗୋଡେଇ ମାଡ ମାରୁଥିବା ବେଳେ ଅଟକାଇବାକୁ ଚେଷ୍ଟା କରୁଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ଆହତ ଅବସ୍ଥାରେ କନେଷ୍ଟବଳ ଜଣଙ୍କ ତଳେ ପଡି ଯାଇଥିଲେ । ତାଙ୍କ ସହ ଜଣେ ମହିଳା ସବ-ଇନ୍ସପେକ୍ଟର ଥିବା ବେଳେ ମାଡମାରି ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାକୁ ନେଇ ଉଭୟ ଗ୍ରାମରେ ଛକାପଞ୍ଝା ପରିସ୍ଥିତି ଲାଗି ରହିଛି । ଗୁରୁତର ପୁଲିସ କନଷ୍ଟେବଲ ଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏପରି ଘଟଣା ବ୍ୟାପକ ପୋଲିସ ଫୋର୍ସକୁ ଘଟଣାସ୍ଥଳକୁ ଡକାଯାଇଥିବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here