କିଡନୀ ପ୍ରତ୍ୟାରୋପଣ ଉଦେଶ୍ୟରେ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କିଡନୀ ପ୍ରତ୍ୟାରୋପଣ ଉଦେଶ୍ୟରେ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ . ଜୀବନ ବି ଏମିତି ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଛି । ତା ପରେ ବି ଜୀବନ ବଞ୍ଚିବା ପାଇଁ ଚାଲିଛି ସଂଗ୍ରାମା । ଯାହା ସଞ୍ଚୟ ଜମିବାଡ଼ି ଥିଲା ବିକି ଭାଙ୍ଗି ଚିକିତ୍ସା କରାଇବା ପରେ ଡାକ୍ତର କହିଛନ୍ତି କିଡନୀ ପ୍ରତ୍ୟାରୋପଣ ନହେଲେ ଜୀବନ ବଞ୍ଚିବା କଷ୍ଟ କର ହୋଇପଡ଼ିବ । ଦୁଃଖ ରେ ଭାଙ୍ଗି ପଡ଼ିଛନ୍ତି ପରିବାର । ଏମିତି ଘଟଣା ସାମନାକୁ ଆସିଛି କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅନ୍ତର୍ଗତ ଜଗନ୍ନାଥ ପୁର ପଞ୍ଚାୟତ କଂଗେଇଲୋ ଗ୍ରାମରେ . ସୁରେଶ ଚନ୍ଦ୍ର ଖୁଣ୍ଟିଆ ନିଜର କିଡନୀ ପ୍ରତ୍ୟାରୋପଣ ଓ ଆର୍ଥକ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସରକାରୀ କ୍ଷେତ୍ରରେ ଚିକିତ୍ସା ସୁବିଧା କରାଇବା ସହିତ କିଡନୀ ପ୍ରତ୍ୟାରୋପଣ ପାଇଁ ସେ ଆକୁଳ ନିବେଦନ କରିଛନ୍ତି । ଦୁଇ ବର୍ଷ ହେବ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ସୁରେଶଙ୍କୁ ସହାୟତା ଦେବା ପାଇଁ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଲୋକଙ୍କୁ ନିବେଦନ କରିଛନ୍ତି . ଆଜି ସୁରେଶ ନିଜର ଚିକିତ୍ସା ପାଇଁ ଜିଲ୍ଲାପାଳ ଙ୍କୁ ପଦକ୍ଷେପ ନେବାକୁ ଲିଖିତ ଭାବରେ ନିବେଦନ କରିଛନ୍ତି । ଯଦି ସରକାରୀ ସ୍ତରରେ ହେଉ କିମ୍ବା ସହୃଦୟ ବ୍ୟକ୍ତି ବିଶେଷ କିମ୍ବା ପୁର୍ବ ଛାତ୍ରଛାତ୍ରୀ ସୁରେଶ ଖୁଣ୍ଟିଆ ଗୁରୁଜୀଙ୍କୁ ଆର୍ଥିକ ସହାୟତା ତଥା କିଡନୀ ପ୍ରତ୍ୟାରୋପଣ ଉଦେଶ୍ୟରେ ସହଯୋଗ କରିବାକୁ ଆଗକୁ ପାଦେ ବଢ଼ନ୍ତି ତେବେ ସେ ନିଜ ଜୀବନ ଫେରି ପାଇବା ସହ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନରେ ସହାୟକ ହେବେ ବୋଲି କୋହଭାର କଣ୍ଠରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *