ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଚିକିତ୍ସାରେ ଅବହେଳା କାରଣରୁ ଶିଶୁର ଅବସ୍ଥା ଗୁରୁତର . ଏପରି ଅଭିଯୋଗ ଆଣିଛନ୍ତି ଫତେଗଡ ଥାନା ଅନ୍ତର୍ଗତ ରାଣୀଛେଲ୍ଲୀ ଗ୍ରାମର ଦୈତାରୀ ଦାସ ଓ ପ୍ରତିମା ଦାସ . ସୂଚନା ଅନୁଯାୟୀ ସେମାନଙ୍କ ଦଶବର୍ଷର ପୁଅ ଶିବପ୍ରସାଦ ଦାସ ମୁହଁକୁ ଏକ ବୁଲା କୁକୁର କାମୁଡି ଦେଇଥିଲା । ବାପାମାଆ ପୁଅକୁ ତୁରନ୍ତ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ମୁହଁକୁ କୁକୁର କାମୁଡି ଥିବାରୁ ଏକ ସାଧାରଣ ଇଞ୍ଜେକ୍ସନ ଦିଆଯାଇଥିଲା । ତେବେ ମସ୍ତିଷ୍କ ରେ ବିଷକ୍ରିୟା ଯୋଗୁଁ ଶିବ ପ୍ରସାଦ ଅଚେତ ହୋଇ ପଡିବ କାରଣରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଦଶଦିନ ହେବ ଶିବପ୍ରସାଦ ଭୁବନେଶ୍ୱର ଏମ୍ସ ରେ ଚେତାଶୂନ୍ୟ ଅବସ୍ଥାରେ ଜୀବନ ମରଣ ସହ ସ°ଗ୍ରାମ କରୁଛି । ବାପା ମାଆ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ରେ ଡାକ୍ତରଙ୍କ ଅବହେଳା ଓ ଭୁଲ୍ ଇଞ୍ଜେକ୍ସନ ପାଇଁ ତାଙ୍କ ପୁଅ ଶିବର ଏଭଳି ଅବସ୍ଥା ହୋଇଛି । ପୁଅର ଏପରି ଅବସ୍ଥାକୁ ନେଇ ବାପା ମାଆ ଚିନ୍ତାରେ ଖାଇବା ପିଇବା ଛାଡି ଦେଇଛନ୍ତି ।