ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହରରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନବିକ ଅଧିକାର ପରିଷଦର ରାଜ୍ୟ ସଭାପତି ମୀନକେତନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ କୁ ଉଦଘାଟନ କରିବା ସହ ଜିଲ୍ଲା ବୋର୍ଡ ଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ବୋର୍ଡ ର ସଭାପତି ଭାବେ ଭବାନୀ ଶଙ୍କର ଦାସ, ଉପ-ସଭାପତି ଯଯାତୀ କେଶରୀ ମହାପାତ୍ର , ସମ୍ପାଦକ ଭାବେ ଅନୱର ଅଲି ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମହିଳା ସଭାପତି ଭାବେ ସଂଯୁକ୍ତା ପଢିଆରୀ ଏବଂ ମହିଳା ସମ୍ପାଦକ ଭାବେ ପୁଷ୍ପାଞ୍ଜଳି ମହାପାତ୍ର ଙ୍କ ନାମ ଘୋଷଣା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିଲେ । ସୂଚନା ଯୋଗ୍ୟ , ପରିଷଦର ସମ୍ପାଦକ ଭାବରେ ମନୋନୀତ ହୋଇଥିବା ଅନୱର ଅଲ୍ଲୀ ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ୟୁନିଅନ ର ସଭାପତି ଭାବରେ ଦାୟିତ୍ୱ ତୁଲାଉଛନ୍ତି .