ପୁନଃ ଥଇଥାନ ପାଇଁ ଆମରଣ ଅନଶନ !!

0
166

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପୁନଃ ଥଇଥାନ ଦାବୀ କରି ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଲେ ପ୍ରହଲ୍ଲାଦ ବାରିକ । ଚାକିରୀ ରୁ ଅନ୍ତର ହେବା ପରେ ପ୍ରହ୍ଲାଦ ବାରିକଙ୍କ ପରିବାର ରେ ୫ ଜଣ ସଦସ୍ୟ ୨୦୧୬ ମସିହାଠାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ଦ୍ୱାରା ତାଙ୍କୁ ଥଇଥାନ କରି ଦରମା ଦେବାପାଇଁ ନିର୍ଦ୍ଦଶେ କରାଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷାଧିକରିଣୀ ମହୋଦୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନାହାନ୍ତି . ବହୁବାର ଜିଲ୍ଲା ଶିକ୍ଷା ଅଧିକାରୀଣୀକୁ ସାକ୍ଷାତ କରି ବିନୟ ହୋଇ ଅନୁରୋଧ କରିଥିଲେ ମଧ୍ୟ ତାହାର କିଛି ସୁଫଳ ମିଳିନଥିଲା । ଏହି ବିଷୟରେ ତିନି ଥର ଲିଖିତ ଆକାରରେ ଜଣାଇବା ସହ ଫୋନ ମାଧ୍ୟମରେ ମଧ୍ୟ କହିଥିଲେ, ହେଲେ ଏହାର କୌଣସି ପଦକ୍ଷେପ ନିଆଗଲା ନାହିଁ । ଏହାଦ୍ବାରା ସେ ମାନସିକ ଭାରସମ୍ୟ ହରାଇ ସାରିଲେଣି । ଆମରଣ ଅନଶନ କରି ସେ ସରକାରଙ୍କୁ ନିଜର ହକ ପାଇଁ ଶିକ୍ଷା ଅଧିକରିଣୀଙ୍କ କାର୍ଯ୍ୟାଳୟ ସାମ୍ନାରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here