ବାଧ୍ୟତାମୂଳକ ଶିକ୍ଷା ଅଧିକାର ଉପରେ ଆଇନ ସଚେତନତା ଶିବିର !!!

0
221

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣଙ୍କ ଆନୁକୂଲ୍ୟରେ ମୌଳିକ ଶିକ୍ଷାଗତ ଅଧିକାର ଓ ଜୁଭେନାଇଲ ଜଷ୍ଟିସ ଉପରେ ଏକ ଆଇନ ସଚେତନତା ଶିବିର ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ବ୍ୟମୋକେଶ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଅନଲାଇନ ଶିବିରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାଜଜ ହେମନ୍ତ କୁମାର ସେଠି , ସିଜେଏମ ମାନସ କୁମାର ପଣ୍ଡା , ସବ୍ ଜଜ୍ ଚନ୍ଦ୍ରାହାଶ ବେହେରା , ଜେଏମଏଫସି ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ , ରେଜିଷ୍ଟ୍ରର ସତ୍ୟବ୍ରତ ରଣା , ବରିଷ୍ଠ ପୋଲିସ ଅଧିକାରୀ ରାମକୃଷ୍ଣ ପାଢ଼ୀ , ବାମଦେବ ସିଂ , ରାଜକିଶୋର ଦାଶ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।
ଶିକ୍ଷାଗତ ଅଧିକାର ଆଇନ /ଜୁଭେନାଇଲ ଜଷ୍ଟିସ / ଶିଶୁ ମାନଙ୍କ ମୌଳିକ ଅଧିକାର ଉପରେ ଆଲୋଚନାରେ ଆଲୋକପାତ କରାଯାଇଥିଲା । ସମସ୍ତ ବିଚାର ବିଭାଗୀୟ ଅଧିକାରୀ ସମେତ ବରିଷ୍ଠ ଆରକ୍ଷୀ ଅଧିକାରୀ ବୃନ୍ଦ ଯୋଗ ଦେଇ ବିଭିନ୍ନ ବାଳ ଅପରାଧ କୁ କିପରି ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଗଜପତି ଜିଲ୍ଲା ପ୍ରଶାସନ କିପରି ଶିଶୁ ଅଧିକାର ଅକ୍ଷୁର୍ଣ୍ଣ ରହିବା ପାଇଁ ଚେଷ୍ଟା କରୁଛି ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here