କୋଭିଡ଼ ନିୟମ ଉଲଘଂନକାରୀଙ୍କ ଠାରୁ ଜୋରିମାନା ଆଦାୟ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ କରୋନାର ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏହି ଦୁଇ ଦିନ ହେଲା ଦାରିଙ୍ଗବାଡ଼ି ବ୍ଲକରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଜିଲ୍ଲାରୁ ସର୍ବାଧିକ ପଜିଟିଭ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରୁହିଁ ଚିହ୍ନଟ ହୋଇଛି। ଏହାକୁ ଆଖି ଆଗରେ ରଖି ଦାରିଙ୍ଗବାଡ଼ି ପୋଲିସ ଓ ତହସିଲ ପକ୍ଷରୁ ମିଳିତ ଯାଞ୍ଚ କରାଯାଇ କୋଭିଡ଼ ନିୟମ ଉଲଘଂନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲିକ ପ୍ରଥମେ ଦାରିଙ୍ଗବାଡ଼ି ବଜାରରେ ପାଟ୍ରୋଲିଂ କରିବା ସହ ଚାରିଛକ ଠାରେ କୋଭିଡ଼ ନିୟମକୁ କଡ଼ାକଡ଼ି ଯାଞ୍ଚ କରିଥିଲେ। କିଛି ଅମାନିଆ ମାସ୍କକୁ ନାକ ତଳକୁ ପିନ୍ଧିଥିବାବେଳେ କିଛି ଅମାନିଆ ନପିନ୍ଧି ବୁଲୁଥିଲେ । ଏଭଳି ଅମାନିଆଙ୍କ ଠାରୁ ୪ ହଜାର ୪ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି। ଏହି ଯାଞ୍ଚରେ ପୋଲିସ କର୍ମଚାରୀ ସମେତ ତହସିଲ କର୍ମଚାରୀ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *