ପ୍ରତିଭା ପୂଜା ପରିଷଦ ପକ୍ଷରୁ ସମାଜସେବୀ କେଶବ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧତ୍ସବ ପାଳିତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ କନ୍ଦରପୁର ଅଞ୍ଚଳ ର ବିଶିଷ୍ଟ ସମାଜସେବୀ କେଶବ ଚନ୍ଦ୍ର ନନ୍ଦଙ୍କ ୧୭ ତମ ଶ୍ରାଦ୍ଧଉତ୍ସବ ପହରଜ ପ୍ରତିଭା ପୂଜା ପରିଷଦ ଆନୁକୂଲ୍ୟରେ ଗୋପାଳ ସ୍ମୃତି ବିଦ୍ୟାପୀଠ ପରିସରରେ ପାଳିତ ହେଇଯାଇଛି । ସଭାପତି ସାହିତ୍ୟିକ କାଳୀ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଚିନ୍ତାମଣି ବାଳିକା ବିଦ୍ୟାମନ୍ଦିର ଓ ଗୋପାଳ ସ୍ମୃତି ବିଦ୍ୟାପୀଠ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କବି ପିତାମ୍ବର ମହାପାତ୍ର, ଉପଦେଷ୍ଟା ହୃଦାନନ୍ଦ ଜେନା, ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଆଶୋକ ପଟ୍ଟନାୟକ, ସମାଜସେବୀ ମନମୋହନ ପରିଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନନ୍ଦଙ୍କ ଜୀବନ ଦର୍ଶନ ଯୁବ ସମାଜର ଧେୟ ହେଉ ବୋଲି ଆଲୋକପାତ କରିଥିଲେ । ପରିଶେଷରେ ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *