ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ପବିତ୍ର ଗୁରୁପୁର୍ଣିମା . ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ କଣ୍ଟେଇକୋଳି ଆଶ୍ରମ ପରିସରରେ ଗୁରୁପୁର୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ସମୟରୁ ମଙ୍ଗଳ ଆଳତି ,ବିଭିନ୍ନ ସୁଗନ୍ଧିତ ଜଳରେ ଗୁରୁ ମୁରାରୀଙ୍କୁ ସ୍ନାନ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା । ଏହାପରେ ଫୁଲହାର, ଦ୍ୱୀପ ଧୂପ ଦିଆଯାଇ ଭିନ୍ନ ଫଳ ଲାଗି କରାଯାଇଥିଲା । ଅହୋପ୍ରହର ନାମ ସଂକୀର୍ତନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମକୁ ଆଶ୍ରମର ସଭାପତି ଗୁଣଧର ମିଶ୍ର ସଦସ୍ୟ ସୁବାସ ଶତପଥି, ରମାକାନ୍ତ ମିଶ୍ର ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କରୋନା ଗାଇଡ଼ ଲାଇନ ମଧ୍ୟରେ ପାଳନ କରାଯାଇଥିଲା । ଅନ୍ୟ ବର୍ଷ ଗୁଡିକ ତୁଳନାରେ ଏହିବର୍ଷ ଭକ୍ତ ଶୂନ୍ୟ ଭାବେ ଗୁରୁପୁର୍ଣିମା ପାଳିତ ହୋଇଛି ।
କଣ୍ଟେଇକୋଳି ଆଶ୍ରମ ପରିସରରେ ଗୁରୁପୁର୍ଣିମା ଉତ୍ସବ ପାଳିତ !!!

