କେନ୍ଦ୍ରାପଡାର କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ଘଟଣାକୁ ସୁକିନ୍ଦା ପ୍ରେସ ଫୋରମର ନିନ୍ଦା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କେନ୍ଦ୍ରାପଡାର କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳଙ୍କ ମାଡ଼ ଘଟଣାକୁ ସୁକିନ୍ଦା ପ୍ରେସ ଫୋରମର ନିନ୍ଦା . କେନ୍ଦ୍ରାପଡାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଗତ 22 ତାରିଖରେ ରିଜର୍ଭ ପୋଲିସର ମହିଳା କନେଷ୍ଟବଳ ବିଚ ରାସ୍ତାରେ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଫଳରେ କେନ୍ଦ୍ରାପଡାର ସାମ୍ବାଦିକ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ସେମାନଙ୍କୁ ସମର୍ଥନ ଜଣାଇ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଫୋରମର ସଦସ୍ୟ ମାନେ ଡ଼ୁବୁରୀ ଏକ୍ସପ୍ରେସ ଛକଠାରେ ଶନିବାର ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରି ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର ନିମନ୍ତେ ଦାବି କରିଥିଲେ l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହା ଯାଉଥିବା ସାମ୍ବାଦିକଙ୍କ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଆକ୍ରମଣକୁ ଫୋରମ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରାଯିବା ନିମନ୍ତେ ଦାବି କରାଯାଇଥିଲା l

Leave a Reply

Your email address will not be published. Required fields are marked *