କଟକ – ନରସିଂହପୁର ରାସ୍ତାରେ ଅଜଣା ଗାଡି ଧକ୍କାରେ ୪ ଗୋରୁ ମୃତ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ବିଳମ୍ବିତ ରାତିରେ କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଛକ ଠାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଅଜଣା ଗାଡି ଧକ୍କାରେ ୪ ଗୋରୁ ଙ୍କ ମୃତ୍ୟୁ ଘଟିଛି । ଧକ୍କା ଦେବା ପରେ ଗାଡିଟି ଘଟଣା ସ୍ଥଳରୁ ପଳାଇଛି । ଗୋରୁ ଗୁଡିକ ରାତିରେ ରାସ୍ତାରେ ବୁଲୁଥିବା ବେଳେ ଘଟିଯାଇଛି ଏଭଳି ଅଘଟଣ । ରାତିରେ ଗୋରୁ ଗୁଡିକ କଟକ ନରସିଂହପୁର 65 ନଂ ରାଜ୍ୟ ରାଜପଥର ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ବୁଲୁଥିବା ସମୟରେ କୌଣସି ଏକ ଗାଡି ଦୃତ ଗତିରେ ଆସି ଗୋରୁ ଗୁଡିକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୪ ଗୋରୁ ମୃତ୍ୟୁ ବରଣ କରିଛନ୍ତି । ରାସ୍ତା ଉପରେ ମୃତ ଗାଈ ଗୁଡିକ ପଡି ରହିଥିବା ବେଳେ ଆଜି ସକାଳୁ ଲୋକମାନେ ଦେଖିବା ପରେ ବଡମ୍ବା ପୋଲିସ କୁ ଖବର ଦେଇଥିଲେ । ବଡମ୍ବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଜଣା ଗାଡିର ସନ୍ଧାନ ପାଇବାରେ ସଫଳ ହୋଇନାହିଁ । କୋୖଣସି ଗୋରୁ ମାଲିକ ସେଠାରେ ଉପସ୍ଥିତ ହୋଇ ନଥିବା ବେଳେ ବଡମ୍ବା ଥାନା ଅଧିକାରୀ ନିରଞ୍ଜନ ଦାଶ ଓ ନିଜିଗଡ଼ ସରପଞ୍ଚ ସୁଧାଂଶୁ କିଶୋର ମହାନ୍ତି ସେଠାରେ ଉପସ୍ଥିତ ରହି ମୃତ ଗୋରୁ ଗୁଡିକୁ ରାସ୍ତାରୁ ଉଠାଇ ପୋତିବାର ବନ୍ଦୋବସ୍ତ କରିଥିଲେ । କିନ୍ତୁ ସବୁଠାରୁ ବଡ଼କଥା ହେଉଛି ବଡମ୍ବା ନରସିଂହପୁର ରେ ଦିନକୁ ଦିନ 65 ନଂ ରାଜ୍ୟ ରାଜପଥରେ ଏମିତି ଅନେକ ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ସଚେତନ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *