ଲାଞ୍ଚ କାରବାରର ଭିଡିଓ ସୋସାଲ ମିଡିଆରେ ଭାଇରାଲ !

Spread the love

ବାଲେଶ୍ଵର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ କାର୍ଯ୍ୟାଳୟରେ ଲାଞ୍ଚ ଦେଣନେଣର ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେଇଛି । ବ୍ଲକର ବଡବାବୁ ଜଣେ ସରପଞ୍ଚଙ୍କ ନିକଟରୁ ଏକ ନିର୍ମାଣ କାମର ବିଲ କରାଇ ଦେବାକୁ ଟଙ୍କା ଲାଞ୍ଚ ନେଉଥିବା ସମୟରେ କେହି ମୋବାଇଲ ରେ ରେକର୍ଡ କରି ସୋସାଲ ମିଡିଆରେ ଅପଲୋଡ଼ କରିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି . ସୂଚନା ଅନୁସାରେ କାମର ବିଲ ପାସ କରାଇବାକୁ ବଡ଼ବାବୁ ମହାଶୟ ସରପଞ୍ଚଙ୍କ ନିକଟରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ . ଦୃଶ୍ୟ ଟି ଏବେ ସାମାଜିକ ଗଣମାଧ୍ୟମରେ ମୋବାଇଲ ରୁ ମୋବାଇଲ କୁ ଘୁରି ଭାଇରାଲ ହେଉଛି !

Leave a Reply

Your email address will not be published. Required fields are marked *