ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ସଦ୍ଭାବନା ଗୃହ ମଧ୍ୟରେ ଜିଲ୍ଲାପାଳ, BRG ଶ୍ରମିକ ଏବଂ କମ୍ପାନୀ କତ୍ତୃପକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅଧୀନରେ ଥିବା BRG ଆଇରନ ଏବଂ ଷ୍ଟିଲ ପ୍ଲାଣ୍ଟ ତାର ଶ୍ରମିକ ମାନଙ୍କୁ କୌଣସି ପୂର୍ବ ସୂଚନା ନ ଦେଇ ହଠାତ ମାର୍ଚ୍ଚ ମାସ 9 ତାରିଖରେ ବିନା କୌଣସି ନୋଟିସ ରେ କମ୍ପାନୀ ବନ୍ଦ କରିଦେବା ସହିତ ତାର କର୍ମଚାରୀ ମାନଙ୍କୁ ଫେବୃଆରୀ ଏବଂ ମାର୍ଚ୍ଚ ମାସର ପାରିଶ୍ରମିକ ନ ଦେବା ଦ୍ୱାରା ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିପାଇଁ BRG ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ ଦୁର୍ଗାପ୍ରସାଦ ମିଶ୍ର ଏବଂ ଭାରତୀୟ ମଜଦୂର ସଂଘ ର ସଭାପତି ଶ୍ରୀନିବାସ ଖୁଣ୍ଟିଆ ମାନ୍ୟବର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ । କରୋନା ଭଳି ବିପତ୍ତି ସମୟରେ କମ୍ପାନୀ 1500 ଶ୍ରମିକଙ୍କୁ କାମରୁ ଛଟେଇ କରିବା ସହ ପ୍ରାୟ 7000 ଲୋକଙ୍କ ପେଟରେ ଲାତ ମାରିଛି । ଏହା ସହିତ କର୍ମଚାରୀ ମାଙ୍କର 2 ମାସର ବକେୟା ଦରମା ମଧ୍ୟ ପ୍ରଦାନ କରିନାହିଁ । ତେଣୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପରେ ଆଜି ଜିଲ୍ଲାପାଳ ଏକ ବୈଠକର ଆୟୋଜନ କରିଥିଲେ । ଆଲୋଚନା ମାଧ୍ୟମରେ ସ୍ଥିର କରାଗଲା ଯେ ଯେ ସେପ୍ଟେମ୍ବର ମାସ ସୁଦ୍ଧା ଶ୍ରମିକ ମାନଙ୍କର ବକେୟା 2 ମାସର ପାରିଶ୍ରମିକ ଦିଆଯିବ କିନ୍ତୁ କମ୍ପାନୀ ପୁନର୍ବାର ଚଳାଇବା ପାଇଁ କତ୍ତୃପକ୍ଷ ରାଜି ହୋଇ ନଥିଲେ । ଶ୍ରମିକ ମାନଙ୍କ ହିତସଧାନ ଉଦେଶ୍ୟରେ କମ୍ପାନୀକୁ ପୁନର୍ବାର ଚାଲୁ କରିବାକୁ ନିର୍ଦ୍ଦେଶ ଦେବାପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ରାଜ୍ୟ ମଜଦୂର ଶ୍ରମିକ ସଂଘର ସଭାପତି ଶ୍ରୀନିବାସ ଖୁଣ୍ଟିଆ । ଆଜିର ଏହି ବୈଠକରେ ଶୋଭେନ ମିଶ୍ର, ସରୋଜ କାନ୍ତ ତ୍ରିପାଠୀ, ସୂର୍ଯ୍ୟକାନ୍ତ ମହାରଣା, ଦେବାଶିଷ ମହାପାତ୍ର, ମାନସ ରଞ୍ଜନ ସାହୁ, ଭଗବାନ ତ୍ରିପାଠୀ, ସାରଙ୍ଗଧର ମହାପାତ୍ର ଙ୍କ ସମେତ ଅନେକ କର୍ମଚାରୀ ଯୋଗ ଦେଇଥିଲେ ।