କୋଭିଡ ଗାଇଡ଼ ଲାଇନ କୁ ଫୁ କରିଛନ୍ତି କଳାପଥର ଆଞ୍ଚଳିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷ !!

0
481

କଳାପଥର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମସ୍ୟାରେ ବୁଡି ରହିଛି କଳାପଥର ଜୁନିୟର ମହାବିଦ୍ୟାଳୟ . ପ୍ରଶାସନିକ ତଦାରଖ ଅଭାବ ସାଙ୍ଗକୁ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଚାଲିଛି ମନମୁଖୀ କାରବାର . କଲେଜ ର ସିଟ ବୃଦ୍ଧି ଘଟଣା ନେଇ ଗତକାଲି କିଛି ସ୍ଥାନୀୟ ସାମାଜିକ କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ମହାବିଦ୍ୟାଳୟ ପରିସରରକୁ ଯିବା ପରେ ସମସ୍ୟା ସବୁ ଫୁଟି ବାହାରୁଛି . ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ପର୍ଶକାତର ବିଷୟ ହେଉଛି , କୋଭିଡ ଗାଇଡ଼ ଲାଇନ କୁ ଫୁ କରିଛନ୍ତି କଳାପଥର ଆଞ୍ଚଳିକ ମହାବିଦ୍ୟାଳୟ କର୍ତ୍ତୃପକ୍ଷ !

ଛାତ୍ରଛାତ୍ରୀଙ୍କ ଜୀବନ ସହ ଚାଲିଛି ଖେଳ . କୋଭିଡ ଗାଇଡ଼ ଲାଇନ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନା ପରେ କ୍ଲାସ ଆରମ୍ଭ ହେବ ପାଇଁ ରାଜ୍ୟ ସରକାର ଆଦେଶ ଦେଇଥିଲେ . ହେଲେ ଗତ ଚାରି ପାଞ୍ଚ ଦିନ ହେଲା କଲେଜ ଖୋଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କଲେଜ କ୍ୟାମ୍ପସ କିମ୍ବା କଲେଜ କ୍ଲାସ ରୁମ ସାନିଟାଇଜ ହୋଇନାହିଁ , ଯାହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି . ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅବସର ନେବା ପରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ କିମ୍ବା କୌଣସି ଅଧ୍ୟାପକ ସିନିୟରିଟି ବେସିସ ରେ ଦାୟିତ୍ୱ ନେବା ପାଇଁ ରାଜି ହେଉ ନଥିବାରୁ ଏପରି ଅଚଳାବସ୍ଥା ଲାଗି ରହିଥିବାର ତଥ୍ୟ ସାମନାକୁ ଆସିଛି .

LEAVE A REPLY

Please enter your comment!
Please enter your name here