ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ପୋୖରାଞ୍ଚଳର ୧୦ ନମ୍ବର ୱାର୍ଡ ଅନ୍ତର୍ଭୂକ୍ତ ବଡବଜାର ନିକଟ ନାୟକ ସାହିରେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ବଡ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ସୂଚନା ମୁତାବକ କସୁର ଅଲି ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିଦ୍ୟୁତ ସଟ ସର୍କିଟ ଯୋଗୁ ନିଆଁ ଲାଗିଥିଲା । ଏହି ଘରେ ଦୁଇ ପରିବାର ଭଡା ରହୁଥିବା ଜଣାପଡିଛି ।
ଅଗ୍ନିକାଣ୍ଡ ଯୋଗୁ ଘରେ ଭଡା ରହୁଥିବା ରଫିକ ମହମଦ ଓ ଶେଖ ଶହୀଦଉଲଙ୍କ ଘରର ସମସ୍ତ ଆସବାବପତ୍ର ଓ ନଗଦ ୩୦ ହଜାର ଟଙ୍କା ପୋଡି ପାଉଁଶ ହୋଇଯାଇଛି । ଆସବାବପତ୍ର ମଧ୍ୟରେ ୨ଟି ମୂଲ୍ୟବାନ ଖଟ , ୨ ଟି ଟିଭି , ଗଦି , କମଳ, ଆଲେଣା , ୨ଟି ସାଇକେଲ ,ଲୁଗା ପଟା ଇତ୍ୟାଦି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଘର ର ଲୋକେ ବାସହରା ହୋଇ ବାହାରେ ପଡି ରହିଥିବା ବେଳେ ଦାଉ ସାଧିଛି ଲଘୁଚାପ ଜନିତ ବର୍ଷା । ପୌର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ଅଗ୍ନି ବିପନ୍ନ ଙ୍କ ପାଖରେ ପହଞ୍ଚି ନ ଥିବା ସୂଚନା ମିଳିଛି ।