ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଶିଳ୍ପାଞ୍ଚଳ ଅଧିନସ୍ଥ ମେସ୍କୋ ପ୍ଲାଣ୍ଟରୁ ଗତ 23 ଜୁଲାଇ ଶୁକ୍ରବାର ବିଳମ୍ବିତ ରାତିରେ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ କମ୍ପାନୀ ତରଫରୁ କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା . ଅଭିଯୋଗକୁ ଭିତି କରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ କଳିଙ୍ଗନଗର ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଯଥେଷ୍ଟ ପ୍ରମାଣ ପାଇବା ପରେ ଶନିବାର ବିଳମ୍ବିତ ସାରଙ୍ଗପୁର ,ଦାନଗଦି, ନଡ଼ିଆଭଙ୍ଗା ଗ୍ରାମରେ ଚଢ଼ାଉକରି ୬ ଜଣ ଅଭିଯୁକ୍ତ କ୍ଷୀରୋଦ ଓଝା , ଜଳଧର ମୁଣ୍ଡା , ଶଙ୍କର୍ଷଣ ଜେନା, ତ୍ରିଲୋଚନ ଜେନା, ସିତାରାମ କାଲା, ସୁରେନ୍ଦ୍ର ବିରୁଆଙ୍କୁ ଗିରଫ କରିବାରେ ସଫଳ ହୋଇଛି . ରବିବାର ଅଭିଯୁକ୍ତ ମାନଙ୍କ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମସ୍ତ ଅଭିଯୁକ୍ତକୁ ବିଚାରଧିନ ଅଦାଲତକୁ ପଠେଇ ଦିଆଯାଇଥିବା ସୂଚନା ଦେଇଛନ୍ତି କଳିଙ୍ଗନଗର ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ଦାସ ।
ମେସ୍କୋ ପ୍ଲାଣ୍ଟରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ ୬ ଅଭିଯୁକ୍ତ କୋର୍ଟ ଚାଲାଣ !!!

