ଆମ ରାଜନୀତିର ଦୁଇଟି ଧାର : ଦୁର୍ନୀତି ସାଥିରେ ସମାଜସଂସ୍କାର
ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ମନରେଗା ରେ ମହା ଘୋଟଲା । ଓଡ଼ଗାଁ ବ୍ଲକ ଅଞ୍ଚଳ ର ଜଣାଶୁଣା ରାଜନୈତିକ ଏବଂ କୋଟିପତି ବ୍ୟକ୍ତି ନିଜ ପରିବାରକୁ ଶ୍ରମିକ ଦର୍ଶାଇ ପ୍ରଶାସନ କୁ ହାତ କରି ଜବକାର୍ଡ କରି ଟଙ୍କା ହଡପ କରିଥିବା ବିଷୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି । ଗରିବ ଶ୍ରମିକଙ୍କ ପେଟରେ ଲାତମାରି ବ୍ଲକ କର୍ମଚାରୀ , ସମିତି ସଭ୍ୟ ଓ ତାଙ୍କ ସମ୍ପର୍କୀୟ ହୋଇଛନ୍ତି ମାଲାମାଲ . ଟଙ୍କା ହଡପ ର ନିଶା ଏମିତି ଘାରିଛି ଯେ , କୋଟିପତି ଶିଳ୍ପପତିଙ୍କୁ ଦର୍ଶାଯାଇଛି ମନରେଗା ଶ୍ରମିକ .
ନେତା କର୍ମଚାରୀ ମିଳି ମିଶି ଆତ୍ମସାତ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । କରୋନା ମହାମାରୀ ପରିସ୍ଥିତିରେ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇବା ପାଇଁ ସରକାର ବଢ଼ାଇଛନ୍ତି କାର୍ଯ୍ୟଦିବସ . ହେଲେ ମୁନାଫାଖୋର ନିର୍ବାଚିତ ପ୍ରତିନିଧି , ଶ୍ରମିକଙ୍କୁ ଶୋଷଣ କରି ବଢ଼ାଇ ଚାଲିଛନ୍ତି ନିଜର କଳାଧନ . ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତରେ ଏମ.ଜି.ଏନ.ଆର.ଜି.ଏସ ର ମହାଘୋଟାଲା ହୋଇଥିବା ଜଣାପଡିଛି । ଶାସକ ଦଳ ସମର୍ଥିତ ସମିତି ସଭ୍ୟ ଦିଲେଶ୍ବର ପାତ୍ର ଶ୍ରମିକ ମାନଙ୍କ ଜବ କାର୍ଡ ହାତେଇ ନିଜ ନାମରେ ଦୁଇ ଲକ୍ଷ ଟଙ୍କାର ଏକ ଫାର୍ମ ପଣ୍ଡ ହାତେଇଛନ୍ତି । ଏହି କାର୍ଯ୍ୟ ରେ ନିଜକୁ ଏବଂ ନଜ ପତ୍ନୀ ଗୀତାଞ୍ଜଳି ପାତ୍ର ଙ୍କୁ ଶ୍ରମିକ ଦର୍ଶାଇ ଟଙ୍କା ମଧ୍ୟ ନେଇଛନ୍ତି । ଏତିକି ରେ ବି ପେଟ ପୁରିଲାନାହିଁ , ନିଜ ଭାଇ ରାମେଶ୍ବର ପାତ୍ର ଙ୍କୁ ଶ୍ରମିକ ଦର୍ଶାଇ ମନରେଗା ଯୋଜନାରେ ଆଉ ଏକ ଫାର୍ମ ପଣ୍ଡ ନେଇଛନ୍ତି ।
ସମିତି ସଭ୍ୟ ଦିଲେଶ୍ଵର ପାତ୍ରଙ୍କ ଭାଇ , ରାମେଶ୍ବର ପାତ୍ର ଯିଏକି ଓଡ଼ିଶାର ଜଣେ ଜଣାଶୁଣା ବ୍ୟବସାୟୀ । ପ୍ରତିବର୍ଷ ହଜାର ହଜାର ଟଙ୍କା ଇନ୍ କମ୍ ଟ୍ୟାକ୍ସ ଦେଉଛନ୍ତି । ତାଙ୍କ ନାମରେ ଏକ ଟି ଭିଏସ ଶୋରୁମ୍ , ରୋହିବାଙ୍କ ଠାରେ ମା ଲକ୍ଷ୍ମୀ ନାମରେ ଏକ ରାଇସ ମିଲ୍ , ମା ଲକ୍ଷ୍ମୀ ଟ୍ରାନ୍ସପୋର୍ଟ ରେ ଟ୍ରକ ମଧ୍ୟ ଅଛି । ଗରୀବ କଲ୍ୟାଣ ପାଇଁ ସରକାର କରୁଥିବା ଯୋଜନାକୁ ନିର୍ବାଚିତ ପ୍ରତିନିଧି କିପରି ବାଟମାରଣା କରୁଛନ୍ତି ତାର ପ୍ରମାଣ ଦେଲୁ ଆମେ , ଏବେ ଦେଖିବାକୁ ବାକି ରହିଲା କାର୍ଯ୍ୟାନୁଷ୍ଠାନ କେବେ . ସମ୍ପୃକ୍ତ ସମିତିସଭ୍ୟ ଙ୍କ ନାମରେ ଠକେଇ ର ମାମଲା ହେଉଛି , ନା ଦଳୀୟ ଶୀର୍ଷ ନେତାଙ୍କ ଛାତ୍ରଛାୟା ତଳେ ସେ ଆହୁରି ମାଲାମାଲ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ .