ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯାଇଛି . ହୋଇ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତରେ ନିର୍ବାଚନ ମଣ୍ଡଳୀର ଦଶପଲ୍ଲା ନୂଆଗାଁ ଗଣିଆ ବ୍ଲକରେ ଦଳର ସଂଗଠନ ତୃଣମୂଳ ସ୍ତରରୁ ନୂତନ ଭାବେ ଆରମ୍ଭ କରିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା l ଅଗଷ୍ଟ ମାସରେ ତିନିଗୋଟି ବ୍ଲକରେ କଂଗ୍ରେସ ଦଳର ବୈଠକ ଆୟୋଜନ କରିବା ପାଇଁ ବ୍ଲକ ସଭାପତି ମାନଙ୍କୁ ପ୍ରସ୍ତାବ ଦିଆଯାଇଛି l କଂଗ୍ରେସ ସରକାର ସମୟରେ ନିର୍ମିତ କୁଆଁରିଆ ଡ୍ୟାମରୁ ପଙ୍କଉଦ୍ଧାର କରାଯାଇ ସ୍ଥାନୀୟ ଜଳସେଚନ ସମସ୍ୟାକୁ ସମାଧାନ କରାଯିବା ଉପରେ କଂଗ୍ରେସ ଗୁରୁତ୍ୱ ଦେଇଛି l ଭୌଗଳିକ ମାନଚିତ୍ର ଅନୁସାରେ ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଶପଲ୍ଲାକୁ ରାଜସ୍ୱ ସବଡିଭିଜନର ମାନ୍ୟତା ପାଇଁ କଂଗ୍ରେସ ଦଳ ରାଜରାସ୍ତାକୁ ଓଲ୍ଲାଇବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି l ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା, ବାସହରା ମାନେ ଏବେବି ପଲିଥିନ ତଳେ ଜୀବନ ବିତାଉଥିବା ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସମଗ୍ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ସାଧାରଣ ଖାଉଟିଙ୍କୁ ନିମ୍ନମାନର ଚାଉଳ ଯୋଗାଣ ସମସ୍ୟା, ୟୁରିଆ ସାର ଅଭାଵୀ ବିକ୍ରି ଉପରେ ଆଲୋଚନା କରାଯାଇ ଥିଲା l ବୈଠକରେ ନେଇ ଦଶପଲ୍ଲାର ବରିଷ୍ଠ ନେତା ସରୋଜ କୁମାର ପରିଡା, ରାଜୀବ ଲୋଚନ ମିଶ୍ର, ନିର୍ମଳ ଚନ୍ଦ୍ର ରଥ, ଧିରେନ କୁମାର ଦାସ, ଲଡ଼ୁକେଶ୍ୱର ଷଡ଼ଙ୍ଗୀ, ନାରାୟଣ ସାହୁ, ନକୁଳ ପlତ୍ର, ପ୍ରହଲ୍ଲାଦ ପରିଡା, ଗଙ୍ଗାଧର ସାହୁ, ଶ୍ରୀକାନ୍ତ ଗୁରୁ,ଦଶପଲ୍ଲା ବ୍ଲକ ସଭାପତି ବୁଲୁ ପରିଡା, ଗଣିଆ ବ୍ଲକ ସଭାପତି କାଶୀନାଥ ମଲ୍ଲିକ, ନୂଆଗାଁ ବ୍ଲକ ସଭାପତି ଅଶୋକ କୁମାର ନାୟକ, ଦଶପଲ୍ଲା ଟାଉନ କଂଗ୍ରେସ ସଭାପତି ବିନୋଦ ବିହାରୀ ମିଶ୍ର, ଜିଲ୍ଲା ଆରଜିପିଆରଏସ ସଂଯୋଜକ ସୁକାନ୍ତ କୁମାର ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବିଜେଡି ବିଜେପି ସରକାରର ବିକଳ୍ପ ଭାବେ କଂଗ୍ରେସ ସୁସଂଗଠିତ ହୋଇ ନିର୍ବାଚନ ଲଢ଼ିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି l
ନୟାଗଡ ଜିଲ୍ଲା କଂଗ୍ରେସ ର ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ସାଙ୍ଗଠନିକ ବୈଠକ !!!

