ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଷ୍ଟାଫ ସିଲେକ୍ସନ କେଳେଙ୍କାରୀ ଗୁମର ଫିଟିବା ପରେ ରାଜ୍ୟବ୍ୟାପୀ ବିଜେପି ଯୁବମୋର୍ଚ୍ଚା ର ବିକ୍ଷୋଭ .

ଓଡିଶା ସରକାରଙ୍କ ଷ୍ଟାଫ ସିଲେକ୍ସନ କମିଶନ ଏକ ଚାକିରୀ ବିକ୍ରି କମିଶନରେ ପରିଣତ ହୋଇଛି । ଓଡିଶା ସରକାରେ ମୋ ସରକାର , ୫-ଟି ସ୍ୱତନ୍ତ୍ର ବିଭାଗ ହେଲା ପରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ହୋଇଛି । ଏହି ବିଭାଗ ସମସ୍ତ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଆଇନସିଦ୍ଧ କରି ଦୁର୍ନୀତିରେ ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ ଶାସକଦଳର ନେତାଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରକାଶ କରି ରାଜ୍ୟବ୍ୟାପୀ ବିକ୍ଷୋଭ ଜାରି ରଖିଛି ବିଜେପି ଯୁବମୋର୍ଚ୍ଚା ।

