ବାଙ୍କୀ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି . ବାଙ୍କୀ ସଦର ମହକୁମାରେ ଆସନ୍ତା ୭୫ତମ ସ୍ୱାଧୀନତା ଦିବସ ୨୦୨୧ ପାଳନ ନିମନ୍ତେ ସ୍ୱାଧୀନତା ଦିବସ ପାଳନ କମିଟିର ବୈଠକ ଉପ-ଜିଲ୍ଲାପାଳ ରଂଜନ କୁମାର ଜେନା ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବୈଠକ ର ପ୍ରାରମ୍ଭରେ ସଭାପତି ଶ୍ରୀ ଜେନା ସମସ୍ତ ସଭ୍ୟ/ସଭ୍ୟା ମାନଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ କରୋନା ମହାମାରୀ ରେ ସମଗ୍ର ବିଶ୍ୱ ଜର୍ଜରିତ ଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସକୁ ନିରାଡମ୍ବର ଭାବରେ କୋଭିଡ-୧୯କଟକଣା ଅନୁଯାୟୀ ପାଳନ କରାଯିବା ପାଇଁ ସ୍ଥିର କରାଗଲା । ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ବାଙ୍କୀ କଚେରୀ ପଡିଆ ଠାରେ ପୂର୍ବାହ୍ନ ଘ ୯.୧୫ ମି ସମୟରେ ଅନୁଷ୍ଠିତ ହେବ । ପ୍ରାତ ୪/୩୦ ମିନିଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପ୍ରଚାର କରାଯିବ। ସକାଳ ୭ଘଟିକା ସମୟରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପ୍ରଣ କରାଯିବ, ସକାଳ ୭/୩୦ ମିନିରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ ।ସକାଳ ୯.୧୫ ମିନିଟ ସମୟରେ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ଶ୍ରୀ ରଂଜନ କୁମାର ଜେନା ବାଙ୍କୀ କଚେରୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ ବାହିନୀ ଦ୍ୱାରା ପ୍ରଦତ୍ତ ଗାର୍ଡ ଅଫ ଅନର ଗ୍ରହଣ କରିବେ।କୋଭିଡ ଯୋଦ୍ଧାଙ୍କୁ ସମର୍ଦ୍ଧିତ କରିବା ନେଇ ବୈଠକରେ ଉପଜିଲ୍ଲାପାଳ ଙ୍କ ସହିତ ସମିତି ସଭ୍ୟ ମାନେ ଆଲୋଚନା କରିଥିଲେ । କୋଭିଡ ସମୟରେ ଡାକ୍ତର, ପୋଲିସ କର୍ମଚାରୀ,ନର୍ସ, ଆଶା, ଅଙ୍ଗନବାଡି,ଓ ସଫେଇ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ କୋଭିଡ ଯୋଦ୍ଧା ବିବେଚିତ କରି ସମ୍ମାନୀତ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ବି,ଡି,ଓ ବାଙ୍କୀ ପ୍ରଦୀପ୍ତ କୁମାର ଶତପଥି, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାସୁଦେବ ସ୍ୱାଇଁ, ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ବାଙ୍କୀ ଥାନା ଏସ.ଆଇ ସୂର୍ଯ୍ୟଂଶୁ ଶେଖର ପାଢ଼ୀ, ଡାକ୍ତର ପଦ୍ମଲୋଚନ ପଣ୍ଡା ଓ ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । କାଳୀ ଚରଣ ତ୍ରିପାଠୀ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପରିଶେଷରେ ବି.ଡି. ଓ , ବାଙ୍କୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *