ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅଗଷ୍ଟ ମାସରେ କରୋନା ର ସମ୍ଭାବ୍ୟ ତୃତୀୟ ଲହର ଆସିବାକୁ ଥିବା ହେତୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବାସୀଙ୍କୁ ସଚେତନ କରାଇ ଦିଆଯାଇଛି । ଏହି ଅବସରରେ ଢେଙ୍କାନାଳର ପୋଲିସ ପ୍ରଶାସନ ତରଫରୁ ଢେଙ୍କାନାଳ ସହରର ବିଭିନ୍ନ ଛକ ସ୍ଥାନ ତଥା ଜନଗହଳି ସ୍ଥାନ ମାନଙ୍କରେ କଡ଼ାକଡ଼ି ଭାବେ ମାସ୍କ ଚେକିଂ ଓ ସାମାଜିକ ଦୂରତା ନିୟମ ପାଳନ ପାଇଁ ସଚେତନ କରାଯାଉଛି । ଟ୍ରାଫିକ ଦାୟିତ୍ୱରେ ଥିବା ଏ.ଏସ.ଆଇ. ବିଚିତ୍ରନନ୍ଦ କର ଙ୍କ ତତ୍ୱବାଧାନରେ ଏହି ଚେକିଂ କାର୍ଯ୍ୟ ହୋଇଯାଇଛି । କରୋନା ର ଦ୍ୱିତୀୟ ଲହର ସରି ଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ମୁକ୍ତ ହୋଇନାହେଁ । ତେଣୁ କିଭଳି ଭାବେ ନିଜେ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ସେଥିପାଇଁ ସାବଧାନ ହେବା ନିତ୍ୟାନ୍ତ ଆବଶ୍ୟକ ରହିଛି ।
ସମ୍ଭାବ୍ୟ କରୋନା ତୃତୀୟ ଲହର ପାଇଁ ପୋଲିସ ପ୍ରଶାସନ ତରଫରୁ କଡ଼ାକଡ଼ି ଚେକିଂ !!!

