ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତ ର ବି.ସୀତାପୁର ଗ୍ରାମରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଏଥି ସକାଶେ ଏକ ବୈଠକ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗର୍ଭବତୀ ମହିଳା, ପ୍ରସୂତି ମହିଳା , କିଶୋରୀ , ବାଳିକା ଓ ସ୍ୱୟଂ ସହାୟକ ମହିଳା ମାଆ ମାନେ, ଯାଞ୍ଚ କମିଟି, ମାତୃ କମିଟି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ବିଶ୍ୱ ସ୍ତନ୍ୟପାନ ଦିବସ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ବୁଝାଇଥିଲେ । ପରେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଉପରେ ଏକ ସଚେତନତା ରାଲି ଗ୍ରାମରେ କରାଯାଇ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା, ଶିଶୁ ବିକାଶ ପ୍ରକଳ୍ପ ସୁପର ଭାଇଜର ଶଶୀ ରେଖା, ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ପଞ୍ଚାୟତର ସମିତି ସଭ୍ୟ, ସଭାପତି ଏନ.ଜଗନ୍ନାଥ ରାଓ ପ୍ରମୁଖ ଉପସ୍ଥିତ ରହି ଗ୍ରାମରେ ଲୋକଙ୍କୁ ଡେଙ୍ଗୁ, ଡାଇରିଆ ଓ ମ୍ୟାଲେରିଆ ଉପରେ ସଚେତନତା କରିଥିଲେ ଏହି ସମସ୍ତ କାର୍ଯ୍ୟକ୍ରମ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗ୍ରାମବାସୀ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ।