ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପ୍ରସିଦ୍ଧ କବି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ନାମରେ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରଦାନ କରାଯିବା ପାଇଁ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରତ୍ୟେକ ବର୍ଷ ମେ ମାସ ପ୍ରଥମ ରବିବାର ବିଶ୍ଵ ହାସ୍ୟ ଦିବସ ଅବସରରେ ହାସ୍ୟ ରସିକ ଉପାୟନ ନାମରେ ଏହି ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟ ସ୍ତରରୁ ଜଣେ ଯୁବ ସ୍ରଷ୍ଟା ଙ୍କୁ ଏହି ପୁରସ୍କାର ଦିଆଯିବା ସହ ୨୧ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ମଞ୍ଚ ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି ।
ଉତ୍କଳ ଘଣ୍ଟ ଯଦୁମଣୀଙ୍କ ନାମରେ ପ୍ରଦାନ କରାଯିବ ରାଜ୍ୟସ୍ତରୀୟ ପୁରସ୍କାର !!!

