ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବିଛାଖଣ୍ଡି ଗ୍ରାମର ଯୁବ ସମାଜସେବୀ ଲାଲୀପ କୁମାର ବେହେରା କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । କରୋନା ସମୟରେ ଜଣେ ସମାଜସେବୀ ଭାବେ ଅନେକ କରୋନା ଆକ୍ରାନ୍ତଙ୍କୁ ନିଜସ୍ୱ ଫାର୍ମ ହାଉସ ରେ ସଙ୍ଗରୋଧ ବ୍ୟବସ୍ଥା କରାଇବା ନିଜ ଖର୍ଚରେ ରୋଗୀ ମାନଙ୍କର ରହିବା, ଖାଇବା ଓ ଔଷଧ ବ୍ୟବସ୍ଥା କରିବା ସହ ସୁସ୍ଥ କରାଇ ଛାଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରି ଆସୁଥିଲେ । ଜଣେ ଦକ୍ଷ ଫୁଟବଲ ଖେଳାଳୀ, କ୍ରୀଡା ସଂଗଠକ ଓ ମ୍ୟାଚ ରେଫରୀ ଭାବେ ସ୍ଥାନୀୟ ଅଞ୍ଚଳରେ ସୁନାମ ଅର୍ଜନ କରିପାରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ମହାବୀର କ୍ଲବ ପକ୍ଷରୁ ଏକ ଶୋକ ସଭା ଆୟୋଜନ କରାଯାଇ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସଭା ପ୍ରାରମ୍ଭରେ ୨ ମିନଟ ନିରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ ପୂର୍ବକ ଶୋକବାର୍ତ୍ତା ପାଠ କରାଯାଇଥିଲା । ଯୁବ ସମାଜସେବୀ ତଥା କୋଭିଡ ଯୋଦ୍ଧାଙ୍କର ଅସମୟ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଢେଙ୍କାନାଳରୁ ରଞ୍ଜିତ ବେହେରାଙ୍କ ରିପୋର୍ଟ