ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁର ବିକାଶ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ । କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବିକାଶ ପରିଷଦ ର କାର୍ଯ୍ୟକାରୀ ସଭାପତି ଦେବରାଜ ସ୍ୱାଇଁ ଙ୍କ ସଭାପତିତ୍ୱରେ ନିଜିଗଡ଼ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କାର୍ଯ୍ୟକାରୀ କମିଟି ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷୋକ ପ୍ରଭାକର ମିଶ୍ର, ସହ ପୃଷ୍ଠପୋଷକ ଅଧ୍ୟାପକ କୁଳମଣୀ ବାରିକ, ମୁଖ୍ୟ ଭାବରେ ପ୍ରବକ୍ତା ଦେବୀ ପ୍ରସାଦ ରଥ, ସାଧାରଣ ସମ୍ପାଦକ ଦେବଦତ୍ତ ମଳୟ କୁମାର ବରାଳ, ଶ୍ରମିକ ନେତା ବୈକୁଣ୍ଠ ବିହାରୀ ନାୟକ, ମୁଖ୍ୟ ସଂଯୋଜକ ପ୍ରଧାନୀ ବୃନ୍ଦାବନ ମହାପାତ୍ର , ଉପ ସଭାପତି ଦୁର୍ଗା ମାଧବ ମିଶ୍ର , ସୁବର୍ଣ୍ଣ କେଶରୀ ମିଶ୍ର, ଶ୍ୟାମସୁନ୍ଦର ଗୋଛି, ରଘୁନାଥ ସ୍ୱାଇଁ , ସନାତନ ରଣା, ଦିବ୍ୟଲୋଚନ ମହାନ୍ତି, ସନ୍ତୋଷ ବଳବନ୍ତ ରାୟ ଆଦି ଯୋଗ ଦେଇଥିଲେ । କୋଷାଧକ୍ଷ ବୁଦ୍ଧିମାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ନରସିଂହପୁର ବିକାଶ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ !

