ଆଗକୁ ପଞ୍ଚାୟତ ନିର୍ବାଚନ : ନୟାଗଡରେ ତିନି ଦଳର କସରତ ଆରମ୍ଭ !!!

0
494

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିର୍ବାଚନ ବିଗୁଲ ବାଜି ନଥିଲେ ସୁଦ୍ଧା ନୟାଗଡ଼ ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଦଳ ମାନେ ସେମାନଙ୍କ ଗଡ ସଜାଇବାରେ ଲାଗି ପଡିଲେଣି । ବିଜେଡି ନେତା ତଥା ନୟାଗଡ଼ ବିଧାୟକ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଘନଘନ ଜନସାଧାରଣ ଙ୍କ ପାଖରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ଲୋକମାନଙ୍କ ଭଲମନ୍ଦ ବୁଝିବାରେ ଲାଗି ଗଲେଣି . ନିଜ ଦଳ ପ୍ରତି ବିଭିନ୍ନ ଲୋକଙ୍କୁ ଆକୃଷ୍ଟ ମଧ୍ୟ କରୁଛନ୍ତି ଖୋଦ ବିଧାୟକ । ସେହିପରି ବିଜେପି ନେତ୍ରୀ ଇରାନୀ ରାୟ ସଙ୍ଗଠନ କୁ ସୁଦୃଢ କରିବା ପାଇଁ ବିଭିନ୍ନ ସ୍ଥାନରେ ସାଙ୍ଗଠନିକ ବୈଠକ କରିବାରେ ଲାଗି ପଡିଛନ୍ତି । ଅନ୍ୟ ପକ୍ଷରେ ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାସ ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କ ଦୁର୍ବଳତା କୁ ଆଧାର କରି ଜନସାଧାରଣ ଙ୍କ ଆସ୍ଥା ଭାଜନ ହେବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଥିରେ କର୍ମୀ ମାନେ ମଧ୍ୟ ପଛରେ ପଡି ନାହାନ୍ତି । ବିଭିନ୍ନ ସମୟରେ ପଞ୍ଚାୟତ ସ୍ତରୀୟ ନେତା ଏବଂ କର୍ମୀ ମାନେ ମଧ୍ୟ ଦଳ ବଦଳ କରୁଥିବାର ଦୃଶ୍ୟ ସାମନାକୁ ଆସୁଛି । କିଏ ପ୍ରତିଶ୍ରୁତି ଦେଉଛି ମୁଁ ପରଦା ପଛରେ ରହି କାର୍ଯ୍ୟ କରିବି , ତ କିଏ ସିଧାସଳଖ ଦଳ ପରିବର୍ତ୍ତନ କରୁଛି । ବର୍ତ୍ତମାନ ସମୟରେ ବିଜେଡି ପଞ୍ଚାୟତ ସ୍ତରର ନେତା ମାନଙ୍କୁ ନିଜ ଆଡକୁ ଆଣିବାରେ ସଫଳ ହୋଇଥିବା ଜଣାପଡିଛି । କିଛିଦିନ ତଳେ ନିର୍ବାଚନ ମଣ୍ଡଳୀ ର ଭାଟସାହି ପଞ୍ଚାୟତ ର ଜଣେ ବିଜେପି ନେତା ବିଜେଡିରେ ଯୋଗଦାନ କରିଥିବା ବେଳେ ବର୍ତ୍ତମାନ ଜହ୍ନିପଦା ପଞ୍ଚାୟତର ଅନ୍ୟ ଜଣେ ବିଜେପି ସମର୍ଥକ ପ୍ରମୋଦ ସ୍ୱାଇଁ ବିଜେଡି ରେ ସାମିଲ ହୋଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି । ନିର୍ବାଚନ ଋତୁ ପାଖେଇ ଆସିଲେ ଦଳ ବଦଳ ପ୍ରକ୍ରିୟା ଆହୁରି ଜୋର ଧରିବ ବୋଲି ରାଜନୀତି ସମୀକ୍ଷକ ମାନେ ମତ ଦେଇଛନ୍ତି .

LEAVE A REPLY

Please enter your comment!
Please enter your name here