ତୀବ୍ର ହେବାରେ ଲାଗିଛି ଖରସ୍ରୋତା ନଦୀ ମେଘା ପାନୀୟ ଜଳ ପ୍ରକଳ୍ପ ବିବାଦ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ରାଜ୍ୟ ସରକାର ଭଦ୍ରକ ଜିଲ୍ଲାବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଓ ରାଜକନିକା ଅଂଚଳର ଜୀବନଧାରା ଖରସ୍ରୋତା ନଦୀରୁ ୯ ଶହ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଅଞ୍ଚଳବାସୀ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ଦୀର୍ଘ ୨ ବର୍ଷ ଧରି ବିରୋଧ କରି ଆସୁଥିଲେ ! ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଲେ ଖରସ୍ରୋତା ଅବବାହିକା ଅଞ୍ଚଳ ବାସୀ କୃଷିଜାତ ଜୀବିକା ହରାଇବେ ! ନଦୀର ଜଳସ୍ତର ହ୍ରାସ ହେବା ସାଙ୍ଗକୁ ଲୁଣିପାଣି ମାଡି ଆସିବାର ଆଶଙ୍କା ରହିଛି , ତା ସହିତ ପାନୀୟ ଜଳର ଘୋର ଅଭାବ ଦେଖା ଦେବା ଆଶଙ୍କାରେ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଥିଲେ ! ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତିର ଘୋର ବିରୋଧକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରକଳ୍ପ ଅଞ୍ଚଳକୁ 144 ଧାରା ଜାରି କରି ପୋଲିସ ମୁତୟନ କରି ରାତିଅଧିଆ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଚାହୁଁଥିଲା ! ଏନେଇ ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ଆଳି ଓ ରାଜକନିକା ବ୍ଲକର ହଜାର ହଜାର ଲୋକେ ସ୍ଥାନୀୟ ବିଧାୟକ ଓ ରାଜ୍ୟ ସରକାର ବିରୋଧରେ ନାରାବାଜି ଦେଇ ବରୁଣାଡିଆ, ବାଳକାଟୀ ଓ ଭାରିଗଦା ପ୍ରଭୁତି ସ୍ଥାନରେ ହଜାର ହଜାର ସଂଖ୍ୟରେ ପୁରୁଷ ମହିଳାମାନେ ଟାୟାର ଜାଳି ରାସ୍ତା ରୋକ କରି ଧାରଣାରେ ବସିଥିଲେ ! ଜୀବନ ଦେବୁ, ରକ୍ତ ଦେବୁ ହେଲେ ଖରସ୍ରୋତାରୁ ଵିନ୍ଦୁଏ ଜଳ ଦେବୁନାହିଁ ଜିଦରେ ଅଟଳ ଥିଲେ ସ୍ଥାନୀୟ ଅଞ୍ଚଳବାସୀ ! ପୋଲିସ ପ୍ରଶାସନ ଶତାଧିକ ପୁରୁଷ ମହିଳା ମାନଙ୍କୁ ଗିରଫ କରିନେଇ ଅଟକ ରଖି ବିଳମ୍ଭରେ ଛାଡିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତେଜନା ଲାଗିରହିଛି ! ଅନ୍ୟପଟେ ଆଜି ସଂଗ୍ରାମ ସମିତି ପକ୍ଷରୁ ଏକ ଜରୁରୀ ବୈଠକ ହେବା ସହ ଆସନ୍ତା କାଲି ଠାରୁ ପ୍ରକଳ୍ପ ବନ୍ଦ ହେବା ଯାଏ ଜୋରଦାର ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଠାରୁ ଆନ୍ଦୋଳନ ତୀବ୍ରତର ହେବା ସହିତ ମହାସଂଗ୍ରାମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସମିତିର ସଦସ୍ୟ ! ପୋଲିସ ଗୁଳିରେ ଜୀବନ ଦେବୁ ହେଲେ ପ୍ରକଳ୍ପ କରାଇ ଦେବୁନାହିଁ ବୋଲି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର ଜରୁରୀ ବୈଠକ ପରେ ସୂଚନା ଦିଆଯାଇଛି !

Leave a Reply

Your email address will not be published. Required fields are marked *