ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜଙ୍କିଆ ଥାନା ପକ୍ଷରୁ ଜୁଆ ଆଡା ରେ ଚଢ଼ାଉ . ୫ଗିରଫ ୨୦ ବାଇକ ଜବତ . ଦୀର୍ଘ ଦିନ ଧରି ଜଙ୍କିଆ ଥାନା ସିକୋ ଫାଣ୍ଡି ଅଧିନସ୍ଥ ଟାଙ୍କୋଳ ଗ୍ରାମର ମହୁଲ ଜଙ୍ଗଲରେ ଜୁଆ ଆଡା ଚାଲି ଆସୁଥିବା ବେଳେ ଆଜି ଅତର୍କିତ ଭାବରେ ଜଙ୍କିଆ ପୋଲିସ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଅଛି । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୨୦ ଗୋଟି ବାଇକ , ୭ ଟି ସାଇକେଲ ଓ ୩ ଗୋଟି ମୋବାଇଲ ସମେତ ନଗଦ ୫୧ ହଜାର ୪ ଶହ ଟଙ୍କା ଜବତ କରାଯାଇଛି ବୋଲି ଜଙ୍କିଆ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ସୂଚନା ଦେଇଛନ୍ତି .
ଜଙ୍କିଆ ଥାନା ପକ୍ଷରୁ ଜୁଆ ଆଡା ରେ ଚଢ଼ାଉ : ୫ ଗିରଫ – ୨୦ ବାଇକ ଜବତ !!

