ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ଦେଶ ପାଳୁଛି ସ୍ୱାଧୀନତାର ୭୫ ତମ ସମାରୋହ . ବାଙ୍କୀ ରେ ଧାରଣାରତ ଅବସ୍ଥାରେ ଆନ୍ଦୋଳନ ସ୍ଥଳରେ ଜାତୀୟ ପତାକା ଉଡ଼ାଇଲେ କଂଗ୍ରେସ କର୍ମୀ . ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗତ ଏକ ସପ୍ତାହ ଧରି ଧାରଣା ଦେଇଛନ୍ତି କଂଗ୍ରେସ କର୍ମୀ . ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ନିଲମ୍ବନ ଏବଂ ଘୋଟାଲାଵାଜ ନିର୍ବାଚିତ ପ୍ରତିନିଧିଙ୍କୁ ଗିରଫ ଦାବୀରେ ଚାଲିଥିବା ଏହି ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି . ଡମପଡା ବ୍ଲକର କୁସୁପଙ୍ଗି ଏବଂ ତାଳବସ୍ତ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହୋଇଥିବା ଆକାଶଛୁଆଁ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବୀ ରେ କଂଗ୍ରେସ ଜାରି ରଖିଛି ଆନ୍ଦୋଳନ . ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକ ପାଖରେ ଧାରଣା ସ୍ଥଳରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି . ଡମପଡା ବ୍ଲକ କଂଗ୍ରେସ ସଭାପତି ଅସୀତ ବରଣ ପଟ୍ଟନାୟକ , ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ ସାହୁ , ବାଙ୍କୀ ନଗର କଂଗ୍ରେସ ସଭାପତି କାଶୀନାଥ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବହୁ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ଯଥାବିଧି ତ୍ରିରଙ୍ଗା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିଥିଲେ .