ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ହାତୀ ଦିବସ ପାଳିତ . ଢେଙ୍କାନାଳ ଜିଲ୍ଲାର ବନାଞ୍ଚଳ ଏକ ହାତୀ ବହୁଳ ଅଞ୍ଚଳ । ଜିଲ୍ଲାରେ ୨୩୦ ରୁ ଉର୍ଦ୍ଧ ହାତୀ ଥିବାର ବନ ବିଭାଗ ପ୍ରକାଶ କରିଛି । ଜିଲ୍ଲାର ଢେଙ୍କାନାଳ କପିଳାସ ରେଞ୍ଜ ଠାରେ ଏକ ହାତୀ ଉଦ୍ଧାର କେନ୍ଦ୍ର ରହିଛି । ଏଠାରେ ଚାରି ଗୋଟି ଛୁଆ ହାତୀଙ୍କୁ ଉଦ୍ଧାର କରି ରଖାଯାଇଥିବା ବେଳେ ତାଳଚେରର ଉଗ୍ର ଦନ୍ତାହାତୀ ରାକେଶକୁ ମଧ୍ୟ ରଖାଯାଇଛି । ବିଶ୍ୱ ହାତୀ ଦିବସ ଅବସରରେ ଏହି ହାତୀ ଉଦ୍ଧାର କେନ୍ଦ୍ରରେ ହାତୀ ଦିବସ ପାଳନ କରାଯାଇଛି । ବନ ବିଭାଗ ତରଫରୁ ଏଠାରେ ଥିବା ହାତୀ ମାନଙ୍କୁ ସୁସଜ୍ଜିତ କରାଯାଇ ସେମାନଙ୍କ ପାଇଁ ସ୍ୱାଦିଷ୍ଟ ଭୋଜନ ଆୟୋଜନ କରାଯାଇଥିଲା । ହାତୀ ସହିତ ବଞ୍ଚିବା ଶିଖି ପାରିଲେ ହାତୀ ମଣିଷ ଲଢେଇର କ୍ଷୟକ୍ଷତି କମାଇ ଦିଆଯାଇ ପାରିବ ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।
ସଜେଇ ହେଲେ : ମନ ପସନ୍ଦର ଖାଦ୍ୟ ଖାଇଲେ !!

