ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭାରତୀୟ ଜନତା ପାର୍ଟି ଡମପଡା ମଣ୍ତଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାତମୁଣ୍ତିଆ ଗୋଦାମ ଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମଣ୍ତଳ ସଭାପତି ବିନୋଦ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ଭାରତୀୟ ରେଲୁୱେ ବୋର୍ଡ ସଭ୍ୟ ଦିଲ୍ଲିପ ମଲ୍ଲିକ , ବାଙ୍କୀ ବିଜେପିର ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢୀ , ଜିଲ୍ଲା ଉପ-ସଭାପତି ସୀତାକାନ୍ତ ମିଶ୍ର ଯୋଗଦେଇ କିପରି ତୃଣମୂଳ ସ୍ତରରୁ ବିଜେପିର ସଂଗଠନକୁ ସୁଦୃଢ କରିବାକୁ ହେବ ନିଜ ନିଜର ବକ୍ତବ୍ୟ ରଖିଥିଲେ । ବାଙ୍କୀର ପ୍ରତି ପଞ୍ଚାୟତରେ ମନେରଗା ଦୁର୍ନୀତି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରାଫେରି ସବୁକୁ ନିର୍ଭୟ ସହକାରେ ସାଧାରଣ ଲୋକଙ୍କ ଆଗକୁ ଆଣିଲେ ହିଁ ପଞ୍ଚାୟତ ନିର୍ବାଚନରେ ଲୋକ ସଠିକ୍ ଜବାବ ଭୋଟରେ ଦେବେ । ପ୍ରତି ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା, ପ୍ରଭାରୀ ଓ ବୁଥ୍ ସଭାପତି ମାନେ ବୈଠକରେ ଉପସ୍ଥିତ ରହି ନିଜର ମତ ରଖିଥିଲେ । ମଣ୍ତଳ ସଂପାଦକ ସୁଶାନ୍ତ ଦାସ , ଦାଶରଥି ପଢିଆରୀ , ହେମନ୍ତ ଜେନା ,ସନ୍ତୋଷ କୁମାର ସାହୁ, ଲିପୁନ ସାହୁ, କବିନ୍ଦ୍ର ବାରିକ ,ରାଜେଶ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ । ଯୁବନେତା ନିରୋଜ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।