ସାହିତ୍ୟାନୁଷ୍ଠାନ ପକ୍ଷରୁ ଚାରାରୋପଣ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ଶ୍ମଶାନ ପଡ଼ିଆରେ ଅଁଳା , ବାହାଡ଼ା , କରଞ୍ଜ , କାଞ୍ଚନ , କୃଷ୍ଣଚୁଡା ଓ ରାଧାଚୁଡା ଆଦି ବିଭିନ୍ନ ପ୍ରଜାତିର ଫଳ ଓ ଫୁଲ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ, ପୂର୍ବତନ ତହସିଲଦାର ସୁଧାକର ସାମନ୍ତରାୟ ,ସଭାପତି ରାଜକିଶୋର ପାଣିଗ୍ରାହୀ, ଉପ-ସଭାପତି ପତିତପାବନ ବଳବନ୍ତରାୟ , ସମ୍ପାଦକ ଦିବାକର ସାହୁ , ସହ-ସମ୍ପାଦକ ମନୋଜ ମହାପାତ୍ର , କୋଷାଧ୍ୟକ୍ଷ ଦିଲୀପ କୁମାର ସାହୁ , ନାଏବ ସରପଞ୍ଚ ପ୍ରସନ୍ନ କୁମାର ବାରିକ, ଓମ ପ୍ରକାଶ ବାହୁବଳେନ୍ଦ୍ର , ଜଗଦୀଶ ଚନ୍ଦ୍ର ପାତ୍ର , ଦୀନବନ୍ଧୁ ଦାସ , ଭାଗିରଥି ପରିଡା , ଯୋଗେଶ୍ୱର ପଣ୍ଡା , ପଣ୍ଡିତ ବିନୋଦ ଦାସ , ବିଜୟକୁମାର ସାହୁ ଓ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *