ବ୍ୟାପକ ସ୍ତରରେ ଆନ୍ଦୋଳନ ପାଇଁ କଂଗ୍ରେସର ଚେତାବନୀ
ବାଙ୍କୀ // ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ସୁବ୍ରତ କୁମାର ନାୟକ : ସମଗ୍ର ରାଜ୍ୟରେ ମନରେଗା ଦୁର୍ନୀତିରେ ରେକର୍ଡ କରିଥିବା ଡମପଡା ବ୍ଲକ କାର୍ଯ୍ୟାଳୟ ଏବଂ ରେକର୍ଡ ଧାରୀ ବିଜେଡି ନେତା ଅସିତ ଜେନା ଓ ଡମପଡା ବ୍ଲକ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବୀରେ ଅଟଳ ରହିଛି କଂଗ୍ରେସ . ବ୍ଲକ ଫାଟକ ଆଗରେ ଦୀର୍ଘ ଏକ ସପ୍ତାହ ଆନ୍ଦୋଳନ ଚାଲିବା ପରେ ନିଜେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଆନ୍ଦୋଳନ ସ୍ଥଳକୁ ଯାଇ ଏକ ସପ୍ତାହର ମହଲତ ନେଇଛନ୍ତି . ଅନ୍ୟ ପକ୍ଷରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ରାଜ୍ୟ ସରକାର ଏବଂ ପଞ୍ଚାୟତରାଜ ବିଭାଗ ଉପରେ ବର୍ଷିଛନ୍ତି ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ .

