ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନିର୍ଣ୍ଣାୟକ ମୋଡରେ ପହଞ୍ଚିଲା ଭାପୁର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିବାଦ . ନୟାଗଡ ଜିଲ୍ଲା ଭାପୁର ବ୍ଲକ ରେ ଚାଲିଥିବା ବିବାଦ ଅନାସ୍ଥା ପ୍ରସ୍ତାବରେ ଶେଷ ହୋଇଛି . ଅନାସ୍ଥା ପ୍ରସ୍ତାବ ସପକ୍ଷରେ 32 ଜଣ ଭୋଟ ଦେଇଥିଲେ ଓ ବିପକ୍ଷରେ 7 ଜଣ ଭୋଟ ଦେଇଥିଲେ । ନୟାଗଡ ଜିଲ୍ଲା ଭାପୁର ବ୍ଲକ ରେ ଅଧ୍ୟକ୍ଷା ଶାନ୍ତିଲତା ବେହେରା ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ଭୋଟ କରା ଯାଇଥିଲା . ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା . ଏପରିକି ବ୍ଲକ ପରିସୀମାର ଶହେ ମିଟର ଏବଂ ସ୍ଥାନୀୟ ବଜାରରେ 144 ଧାରା ଲାଗୁ ହୋଇଥିଲା .
ନିର୍ଣ୍ଣାୟକ ମୋଡରେ ପହଞ୍ଚିଲା ଭାପୁର ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିବାଦ !!!

