ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର । ଏଥିରେ ନାଚୁଣୀ ର ମାସିକ ସମ୍ବାଦ ପତ୍ର ପରିପ୍ରକାଶ , ଆହ୍ୱାନ , ନାଚୁଣୀ ମହାବିଦ୍ୟାଳୟର ଭଲୁଣ୍ଟାରୀ ବ୍ଲଡ଼ ଡୋନର , ଆମ ଓଡ଼ିଶା ରକ୍ତ ଦାନ ଓ ନାଚୁଣୀ ର ଅଗ୍ରଣୀ ସ୍ୱେଛା ସେବୀ ସଂଗଠନ ଗଣନାଥ ଟିମ ସହଯୋଗ କରିଥିଲେ । କରୋନା କଟକଣା କୁ ଦୃଷ୍ଟି ରେ ରଖି ଏହି ରକ୍ତଦାନ ଶିବିର ଆୟୋଜିତ ହେଇଥିଲା । ଏହା ସକାଳ ୧୦ ଟା ରୁ ଆରମ୍ଭ ହୋଇ ୧.୩୦ରେ ସମାପ୍ତ ହେଇଥିଲା । ରେଡକ୍ରସ ର କାଉନସିଲର ଅଧ୍ୟାପକ ବିଜୟ କୁମାର ଶତପଥୀ ଙ୍କ ତତ୍ୱାବଧାନରେ ରେଡକ୍ରସ ତରଫରୁ ରକ୍ତ ସଂଗ୍ରହ କରି ବ୍ଲଡ଼ ଗୃପିଙ୍ଗ ପ୍ରମାଣ ପତ୍ର ସହ ଆମ ଓଡ଼ିଶା ପକ୍ଷ ରୁ ମଧ୍ୟ ଗୋଟିଏ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା । ଏହା ଆମ ଓଡ଼ିଶା ଓ ସମ୍ବାଦର ସାମ୍ବାଦିକ ପ୍ରଦୋଷ କୁମାର ଦାସ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା . ଏଥିରେ ତାଙ୍କୁ ରେଡକ୍ରସ୍ ର ଡାକ୍ତରୀ ଟିମ ର ସଦସ୍ୟ, ଗଣନାଥ ସଂଘର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ସୁଆର, ପୂଜା ତ୍ରିପାଠୀ, ସଭାପତି ଶୁଭମ ତ୍ରିପାଠୀ, ବାଦଲ ସୁବୁଦ୍ଧି , ଆଶାତୀତ ସାହୁ, ସଂଗ୍ରାମ ରଣା ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆୟୋଜିତ ଶିବିରରେ ମୋଟ 60 ୟୁନିଟ୍ ରକ୍ତ ସଂଗ୍ରହ କରା ଯାଇଥିଲା ।
ନାଚୁଣୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ !!!

