ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରାକ୍ଷୀପୂର୍ଣ୍ଣୀମା ପୂର୍ବରୁ ବଜାର ହେଉଛି ଚଳଚଂଚଳ ।ଗତବର୍ଷ କରୋନା ମାଡରେ ରାକ୍ଷୀବ୍ୟବସାୟକୁ ସରକାର ଅନୁମତି ଦେଇନଥିଲେ ।ହେଲେ ଚଳିତବର୍ଷ ଭାଇଭଉଣୀଂକର ଏହି ଅତୁଟବଂଧନର ରାକ୍ଷୀ ବ୍ୟବସାୟକୁ ପ୍ରଶାସନ କୋଭିଡି ନିୟମାନୁସାରେ ସ୍ବିକୃତି ଦେଇଛନ୍ତି । ହାତବାଂଧି ବସିଥିବା ସିଜିନ୍ ବ୍ୟବସାୟୀମାନେ ମଧ୍ୟ ଖୁସିଅଛନ୍ତି ।ଏଥର ଜଟଣୀ ,କଟକ ରାକ୍ଷୀ ହୋଲେସଲ୍ ବ୍ୟବସାୟୀଂକ ଠାରୁ ବହୁପୂର୍ବରୁ ଗ୍ରାମାଂଚଳ ବ୍ୟବସାୟୀ ରାକ୍ଷୀକ୍ରୟ କରି ଦୋକାନମାନ ବସାଇଛନ୍ତି ।ଚାଇନାରାକ୍ଷୀର ବିକ୍ରି ବଂଦ ରହିଛି ।ଜୈବିକ ରାକ୍ଷୀ ଏବଂ ଅମ୍ଳଜାନର ରାକ୍ଷୀକୁ ମଧ୍ୟ ଝିଅମାନେ ଅଧିକ ସଂପର୍କରେ କିଣୁଥିବାର ଦେଖାଯାଇଛି । ଡାକଘର ଏବଂ କୋରିୟର ଅଫିସ୍ ମଧ୍ୟ ରାକ୍ଷୀପଠାଇବାର ଗହଳି ପରିଲିକ୍ଷିତ ହେଉଛି । ବାଂକୀ ଡମପଡା ବ୍କକର ତାଳବସ୍ତ,ଡମପଡା,ବାଆଁରା,ଜାତମୁଣ୍ତିଆ ପ୍ରମୁଖ ବଜାରମାନଂକରେ ଚଳିତବର୍ଷ ୩୦ଗୋଟି ରାକ୍ଷୀ ଦୋକାନ ଖୋଲାଯାଇଛି ।ସଂଧ୍ୟାହେଲେ ବିଭିନ୍ନ ଆଲୋକମାଳାରେ ଅସ୍ଥାୟୀ ଦୋକାନମାନଂକର ସଜିତ ରଂଗବେରଂଗର ରାକ୍ଷୀ ଉଭୟ କ୍ରେତାବିକ୍ରେତା ଓ ଦର୍ଶନକାରୀଂକ ମନକୁ କିଛିସମୟ ବିଭୋର କରିରଖେ । ଆଉ ଗୋଟିଏ ଦିନ ରାକ୍ଷୀପୂର୍ଣ୍ଣୀମା ଥିଲେ ମଧ୍ୟ ବ୍ୟବସାୟ ଆଶାନୁରୁପ ସଫଳ ହୋଇଥିବାର ବ୍ୟବସାୟ ଭାଇମାନେ କୁହଂତି ।

