ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୁଆଗାଁ ବ୍ଲକ ମହିପୁର ବନାଞ୍ଚଳରେ ଟାଟା ଏସି ସହିତ ଶାଳ ଲଗ ଜବତ . ଗୁମି ଫରେଷ୍ଟ ଡିଭିଜନର ସଳପଡ଼ିହ ମୋରମ ଖାତ ନିକଟ ଜଙ୍ଗଲ ଭିତରେ ଗାଡି ଶବ୍ଦ ଶୁଣି, ଗୁମି ବନପାଳ ବନମଳି ରାଉତ, ବନରକ୍ଷୀ ଯୋଗେନ୍ଦ୍ର ସ୍ୱାଇଁ ଏବଂ ତାଙ୍କ ଟିମ ଜଙ୍ଗଲ ଭିତରକୁ ଯିବାରୁ କାଠ ମାଫିଆ ଦୌଡ଼ି ପଳାଇଥିଲେ । କିନ୍ତୁ ଘଟଣା ସ୍ଥଳରେ ଏକ ଚାରି ଚକିଆ ଟାଟା ଏସି ରେ ବିରାଟ ଶାଳ ଲଗ କୁ ଦେଖି ଗାଡ଼ି ଏବଂ କାଠ କୁ ବନ ବିଭାଗ କର୍ମଚାରୀ ଜବତ କରିଥିଲେ । ବର୍ତ୍ତମାନ ସୁଧା କାଠ ବୋଝେଇ ଥିବା ଗାଡ଼ି କାହାର ଜଣା ପଡିନଥିବା ବେଳେ ଗାଡ଼ି ନମ୍ଵର କୁ ଯାଞ୍ଚ ପାଇଁ ପରିବହନ ବିଭାଗ କାର୍ଯ୍ୟାଳୟକୁ ପଠା ଯାଇଥିବା କଥା ଗୁମି ବନପାଳ ବନମାଳି ରାଉତ ପ୍ରକାଶ କରିଛନ୍ତି । ଜବତ ଗାଡ଼ି ଏବଂ କାଠ କୁ ଫରେଷ୍ଟର ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।
ଟାଟା ଏସି ସହିତ ଶାଳ ଲଗ ଜବତ !!!

