ଟାଙ୍ଗୀ ଓକିଲ ସଂଘର ଧାରଣା ଓ ପ୍ରତିବାଦ : କୋର୍ଟ ଅଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ୍ୟ ନ୍ୟାୟାଳୟ ସମ୍ମୁଖରେ ବିଭିନ୍ନ ସମସ୍ୟା ନେଇ ଧାରଣା ଦେଇଛନ୍ତି ଟାଙ୍ଗୀ ଓକିଲ ସଂଘ ର ସଦସ୍ୟ । ଓକିଲ ସଂଘର ଦାବି ହେଲା ଟାଙ୍ଗୀ ବ୍ଲକ ଅଧିନରେ ଯାଉଥିବା ୬ଟି ଗ୍ରାମପଞ୍ଚାୟତ ଜଙ୍କିଆ ଥାନା ଅଧିନରେ ଯାଉଥିବା ବେଳେ ସେଗୁଡିକ ଟାଙ୍ଗୀ କୋର୍ଟ କୁ ବିଚାର ପାଇଁ ଆସୁନାହିଁ । ଓକିଲ ସଂଘ ବାରମ୍ବାର ଦାବିପତ୍ର ଦେଇଥିବା ବେଳେ ଦାବି ପୂରଣ ହୋଇନାହିଁ । ଯାହାକୁ ନେଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଟାଙ୍ଗୀ ଓକିଲ ସଂଘ । ଆଜକୁ ୭ / ୮ଦିନ ହେବ ଟାଙ୍ଗୀ କୋର୍ଟ ରେ ଅଚଳାବସ୍ଥା ଦେଖାଦେଇଛି । ଜଙ୍କିଆ ଥାନା ଅଧିନରେ ଯାଉଥିବା ୬ଟି ଗ୍ରାମପଞ୍ଚାୟତ ର ସମସ୍ତ ମୋକଦ୍ଦମା ଓ ନଥିପତ୍ର ଟାଙ୍ଗୀ କୋର୍ଟ କୁ ହସ୍ତାନ୍ତର କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଜଜ , ହେଲେ ତାହା କାର୍ଯ୍ୟକାରୀ ନହେବାରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଟାଙ୍ଗୀ ଓକିଲ ସଂଘ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ଓକିଲ ସଂଘର ସଦସ୍ୟ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *