ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡ଼ିଆ ରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ଦୀର୍ଘ 878 ଦିନର ଆନ୍ଦୋଳନ ଫଳରେ ସରକାର ଓଡ଼ିଆରେ ଓଡିଶା ଶାସନ ପାଇଁ ପଥ ପରିସ୍କାର କରିଛନ୍ତି , କିନ୍ତୁ ସରକାରୀ ଅଫିସର ମାନେ କରେଇ ନଦେବା ସହିତ ରାଜନୈତିକ ଇଛାଶକ୍ତିର ଅଭାବ ପରିଲକ୍ଷିତ ହୋଇଛି | କେବଳ ଓଡ଼ିଶାରେ ନୁହେଁ ପଡୋଶୀ ରାଜ୍ୟ ଝାରଖଣ୍ଡରେ ଝାରଖଣ୍ଡ ସରକାର 1.9.2011 ଠାରୁ ଓଡ଼ିଆ ଭାଷାକୁ ରାଜ୍ୟର ଦ୍ଵିତୀୟ ରାଜଭାଷାରୂପେ ମାନ୍ୟତା ପ୍ରଦାନ କରି ଅସୁଥିଲେହେଁ, ଚଳିତ ମାସଠାରୁ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି I 1936 ମସିହାରେ ତତ୍କାଳୀନ ବିହାର ରାଜ୍ୟରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରାଯାଇଥିଲା – ଯାହାକି ପ୍ରାକ୍-ସ୍ୱାଧୀନତା କାଳରେ ଭାଷା ଭିତ୍ତିରେ ଗଠିତ ପ୍ରଥମ ରାଜ୍ୟ I ତଥାପି, ସ୍ୱତନ୍ତ୍ର ଓଡ଼ିଶାର ଭୌଗଳିକ ସୀମାରେଖା ମଧ୍ୟରେ, ଓଡ଼ିଆ ଅଧ୍ୟୁଷିତ ଅନେକ ଅଞ୍ଚଳ ଅନ୍ତର୍ଭୁକ୍ତ ହୋଇନପାରି ଏବର ଝାରଖଣ୍ଡ ରାଜ୍ୟରେ ରହିଗଲା I ଏମାନେ ଓଡ଼ିଆ ସ୍କୁଲରେ କଲେଜରେ ପାଠ ପଢ଼ନ୍ତି ଓ ଓଡ଼ିଆ ଭାବେ ଗର୍ବ ଅନୁଭବ ବି କରନ୍ତି I ଯେତେବେଳେ ହିନ୍ଦୀ ଓ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ରାଜଭାଷା ବଙ୍ଗଳା ଆଜିଯାଏଁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇନାହିଁ, ଆପଣଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଓଡ଼ିଆ ଭାଷାକୁ ଏହି ନାର୍ଯ୍ୟ ମାନ୍ୟତା ମିଳିପାରିଛି I ସେଥିପାଇଁ ବିଛିନ୍ନାଞ୍ଚଳବାସୀ ଓଡ଼ିଆ ଭାଇ ଓ ଭଉଣୀମାନେ ସଗରବେ ପ୍ରବାସରେ ବି ଓଡ଼ିଆଭାବେ ନିଜର ପରିଚୟ ଦେଇ ଆସୁଛନ୍ତି | ଓଡ଼ିଶାର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଝାରଖଣ୍ଡ ରାଜ୍ୟରେ ଓଡ଼ିଆ ଭାଷା ଉପରେ ଆକ୍ରମଣ ତ ଦକ୍ଷିଣ ଦିଗରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଜନୈକ ମନ୍ତ୍ରୀ ବୋମା ମାରି ଓଡିଶା ସୀମାନ୍ତ ଗ୍ରାମ ମାନଙ୍କରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ ଦେବାକୁ ଧମକ ଦେଉଛନ୍ତି I ଓଡ଼ିଶାର ଅଧିକାରୀମାନେ ଅସହାୟ ହୋଇ ରହିଛନ୍ତି I ଆମେ ଭାଷା ଭିତ୍ତିରେ ଦେଶର ପ୍ରଥମେ ଗଠିତ ରାଜ୍ୟ ବୋଲାଉଥିବା ବେଳେ, ବାସ୍ତବ ସ୍ଥିତି ଅତ୍ୟନ୍ତ ଦୟନୀୟ I କେବଳ ସେତିକି ନୁହେଁ ଛତିଶଗଡ଼ ସରକାର ମହାନଦୀ ଓ ଇବ ନଦୀର ସ୍ରୋତକୁ ବନ୍ଦ କରି ବ୍ୟବସାୟ କରୁଛି କିନ୍ତୁ ଓଡ଼ିଶାର ଜନତା ଠିକ ସମୟରେ ପାଣି ନ ପାଇବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | ପଶ୍ଚିମବଙ୍ଗ ସରକାର ଉଦୟ ପୁର ଠାରେ ବେଆଇନ ଭାବେ ପାଚିରୀ ନିର୍ମାଣ କରିବା ଅତ୍ୟନ୍ତ ଦୁଃଖର ବିଷୟ |
- ବ୍ୟକ୍ତିଗତ ଭାବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଦ୍ୱୟଙ୍କ ସହ ଭିଡିଓ ମାଧ୍ୟମରେ ଆଲୋଚନା କରି ଏହାର ସମାଧାନ କରନ୍ତୁ I
- ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ଯଥାଶୀଘ୍ର ଆନ୍ଧ୍ର ପ୍ରଦେଶ ଯାଇ ସେମାନଙ୍କ ପ୍ରତିପକ୍ଷଙ୍କୁ ସହ ଆଲୋଚନା କରି ସ୍ଥିତାବସ୍ଥା ବଜାୟ ରଖନ୍ତୁ I
- ଓଡ଼ିଶାର ସୀମାନ୍ତ ଜିଲ୍ଲା ମାନଙ୍କରେ ଓଡ଼ିଆ ଜିଲ୍ଲାପାଳ ଓ ରାଜସ୍ଵ ଅଧିକାରୀଙ୍କୁ ନିଯୁକ୍ତ କରନ୍ତୁ ଓ ଏପରି ଘଟଣା ପୁନର୍ବାର ଘଟିଲେ, ସେମାନଙ୍କୁ ଉତ୍ତରଦାୟୀ କରନ୍ତୁ I
- ଚାରିଆଡେ ଶୁଦ୍ଧ ଓଡ଼ିଆ ଭାଷାରେ ନାମଫଳକ ଲଗାଇବାର ବ୍ୟବସ୍ଥା କରନ୍ତୁ I
- ରାଜ୍ୟ ଶିକ୍ଷା, ଭାଷା ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ତାଙ୍କର ସଚିବମାନେ ଯଥାଶୀଘ୍ର ଝାରଖଣ୍ଡର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ସେଠାରେ ଥିବା ଉତ୍କଳ ଜନନୀର ସନ୍ତାନ ମାନଙ୍କୁ ବିଶ୍ୱାସ ଦିଅନ୍ତୁ ଯେ, ଓଡିଶା ସରକାର ଓ ଜନସାଧାରଣ ସେମାନଙ୍କ ସାଥିରେ ଅଛନ୍ତି I
- ଝାରଖଣ୍ଡର ଓଡ଼ିଆ ଶିକ୍ଷାନୁଷ୍ଠାନମାନଙ୍କୁ ଆବଶ୍ୟକୀୟ ପୁସ୍ତକ, ପାଠାଗାରମାନଙ୍କୁ ଓଡ଼ିଆ ବହି ଯୋଗାଇ ଦିଅନ୍ତୁ I
- ଆଗାମି ଡିସେମ୍ବର ମାସରେ ଉପାନ୍ତ ଅଂଚଳରେ ବାସ କରୁଥିବା ଓଡ଼ିଆଙ୍କୁ ନେଇ ଏକ ସମ୍ମିଳନୀ କରାଯାଇ ସେମାନଙ୍କ ଅସୁବିଧା ସବୁକୁ ଦୂର କରାଯାଉ I
8.ଛତିଶ ଗଡ଼ ମହାନଦୀର ପାଣିକୁ ବ୍ୟବସାୟ ନକରି ଓଡ଼ିଶାର ଅଗଣିତ ଜନତାଙ୍କ ଶୋଷ ମେଣ୍ଟାଇବା ନିମନ୍ତେ ପାଣିର ସ୍ରୋତକୁ ବନ୍ଦ ନକରୁ |
9.ଉଦୟପୁରରେ ପଶ୍ଚିମବଙ୍ଗ ସରକାର ଅନୁପ୍ରବେଶ ବନ୍ଦ କରୁ |
ପ୍ରଜ୍ବଳିତ ହେବାକୁ ଥିବା ଚାରିଗୋଟି ପ୍ରଦୀପ ମଧ୍ୟରୁ ଗୋଟିଏ ଆନ୍ଧ୍ରପ୍ରଦେଶ ସରକାରଙ୍କ କୋଟିଆ ଅନୁପ୍ରବେଶ ବନ୍ଦ ପ୍ରତିବାଦରେ, ଗୋଟିଏ ଛତିଶଗଡ଼ ସରକାରଙ୍କ ମନମୁଖୀଭାବେ ନଦୀଜଳ ବନ୍ଦ କରିବା ପ୍ରତିବାଦରେ, ଗୋଟିଏ ପଶ୍ଚିମବଙ୍ଗ ସରକାରଙ୍କ ଉଦୟପୁର ଅନୁପ୍ରବେଶ ପ୍ରତିବାଦରେ ଏବଂ ଆଉ ଗୋଟିଏ ଝାରଖଣ୍ଡ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷାକୁ ଦ୍ୱିତୀୟଭାଷା ମାନ୍ୟତା ପ୍ରତ୍ୟାହାର ପ୍ରତିବାଦରେ କରାଯିବା ବେଳେ ଆଉଗୋଟିଏ ପ୍ରଦୀପ ପ୍ରଜ୍ବଳନ କରାଯିବ ନିଦ୍ରିତ ଓଡ଼ିଶା ସରକାର ଓ ଓଡ଼ିଆ ଜାତିର ସ୍ୱାଭିମାନକୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ। ଆଜି ସକାଳେ ଭାଷା ଯୋଦ୍ଧା ମାନେ ଭାଷାତୀର୍ଥରେ ଉପସ୍ଥିତ ରହି “ଭାଷା ପାଇଁ ଗଣ ଓ ଗଣମାଧ୍ୟମ”ର ସ୍ୱରକୁ ଶାଣିତ କରି ପ୍ରତିଟି ଓଡିଆ ଅସ୍ମିତା ଓ ଚେତନାକୁ ପୁନଃ ଜାଗ୍ରତ କରିବେ ବୋଲି ଆଶା | ଭାଷା ଆନ୍ଦୋଳନ ଓଡିଶା ପକ୍ଷରୁ ଉତ୍କଳ ନିର୍ମାତା ମଧୁବାବୁଙ୍କ ପ୍ରତିମୁର୍ତି ପାଖରେ ପ୍ରଦୀପ ପ୍ରଜ୍ବଳନକରି ପ୍ରତିବାଦ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା , ବିରୋଧୀ କଂଗ୍ରେସ ଦଳର ସଭାପତି , ଭାରତୀୟ ଜନତା ପାଟିର ସଭାପତି ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ | ଭାଷା ଆନ୍ଦୋଳନର ଅଧକ୍ଷ ଚକ୍ରଧର ମହନ୍ତ , ସାରଦା ପ୍ରସାଦ ମହାପାତ୍ର ,ନବ କିଶୋର ପ୍ରଧାନ , ନାରାୟଣ ଖୁଣ୍ଟିଆ , ନିରଞ୍ଜନ ସାହୁ , ଅଲେଖ ଜେନା , ଡମ୍ବୁର ଧର ହରଣ ସିଂହ , ନିର୍ମଳ ମିଶ୍ର ,ଦାଶରଥି ଗୁମାନସିଂ ,ସୂର୍ଯ୍ୟକାନ୍ତ ସ୍ୱାଇଁ , ଜଗଦୀଶ ପ୍ରଧାନ ଅରବିନ୍ଦ ତ୍ରିପାଠୀ ଡ଼ ଅସିତ ଦାସ ପ୍ରମୁଖ ଭାଷା ତୀର୍ଥରେ ମଧୁବାବୁଙ୍କ ପାଖରେ ପ୍ରତିବାଦ ଜଣାଇଥିଲେ | ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବବୋଲି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଜଣେଇଛନ୍ତି କହିଛନ୍ତି |

