ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜମିବାଡ଼ି ବିବାଦକୁ ନେଇ ଜଣେ 14 ବର୍ଷର ବାଳକକୁ ଅପହରଣ କରିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ର ଶାନ୍ତି ମଳିକ । ତାଙ୍କ ଅଭିଯୋଗ ଅନୁସାରେ ସ୍ୱାମୀ ଏକ ଗାଡ଼ି ଦୁର୍ଘଟଣାରେ ଚାଲିଯିବା ପରେ ସେ 2006 ମସିହା ଠାରୁ ନିଜ ବାପଘର ସନ୍ଥପୁର , ଗଁଦିଆ ରେ ରହି ଆସୁଛନ୍ତି । ତାଙ୍କର ଏକ 18 ବର୍ଷର ଝିଅ ଏବଂ ଏକ 14 ବର୍ଷର ପୁଅ ଅଛି । ବାପଘରେ ଭାଇ ଭାଉଜ ଙ୍କ ପାଖରେ ରହି ମୂଲ ମଜୁରୀ କରି ଚଳନ୍ତି । କିନ୍ତୁ ତାଙ୍କ ଶାଶୁ ଘର ଗ୍ରାମର ଗିରିଆ ମଳିକ ଗତ ଅଗଷ୍ଟ ମାସ 27 ତାରିଖ ଦିନ ଶାନ୍ତି ମଳିକର ବାପଘରେ ପହଞ୍ଚି ମିଛ ରେ ତାଙ୍କ ପରିବାରରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି ବୋଲି କହି ଶାନ୍ତି ମଳିକଙ୍କର ପୁତ୍ର କାହ୍ନୁ ମଳିକ କୁ ସାଙ୍ଗରେ ନେଇ ଯାଇଥିଲେ । ଏ ବିଷୟରେ ନିକଟସ୍ଥ ନିହଲପ୍ରସାଦ ଥାନାରେ ଜଣେଇଥିଲେ ମଧ୍ୟ ଗିରିଆ ମଳିକ ର ବାପା ତାଙ୍କ ଗ୍ରାମର ଚୌକିଆ ଥିବାରୁ ଥାନା ବାବୁ କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେଠାରୁ ସେ ହତାଶ ହେବାରୁ ଆଜି ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ଗୁହାରୀ କରିଛନ୍ତି । ଆରକ୍ଷୀ ଅଧିକ୍ଷକ ଏହି ବିଷୟରେ ତଦନ୍ତ କରି ତାଙ୍କ ପୁଅ କୁ ଖୋଜିଦେବା ସହ ଦୋଷୀକୁ ଉଚିତ ଦଣ୍ଡ ବିଧାନ କରାଇଲେ ସେ ନ୍ୟାୟ ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଜମିବାଡ଼ି ବିବାଦକୁ ନେଇ 14 ବର୍ଷର ବାଳକକୁ ଅପହରଣ ଅଭିଯୋଗ !!!

