ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ପାଇଁ ଏକ ସାମ୍ବାଦିକ ସମିଳନୀ ମାଧ୍ୟମରେ ଦାବୀ ଉପସ୍ଥାପନା କରିଛନ୍ତି ଓଡିଶା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ମାନେ . ଚାକିରୀ ସ୍ଥାୟିତ୍ୱ ଦାବୀ ନେଇ ଅସହଯୋଗ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଥିଲେ । ଏହା ପୂର୍ବରୁ ସେମାନେ ସ୍ଥାୟୀତ୍ୱ କୁ ନେଇ ଅନେକ ଥର ସରକାରଙ୍କୁ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କୁ କୌଣସି ସକାରାତ୍ମକ ଫଳ ନ ମିଳିବାରୁ ସଂଘ ଏପରି ନିଷ୍ପତି ନେଇଛି । ସେମାନେ ଦୀର୍ଘ 14 ବର୍ଷ କାଳ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଠିକା ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ସମୟରେ ଗଭୀର କଷ୍ଟ ଓ ହତାଶ ରେ କାଳାତିପାତ କରୁଥିବା ସୂଚନା ଦେଇଛନ୍ତି । ତେଣୁ ଯଦି ସରକାର ସେମାନଙ୍କ ଦାବୀ ଉପରେ ବିଚାର ନକରନ୍ତି ତେବେ ସେମାନେ ସରକାରଙ୍କୁ କାର୍ଯ୍ୟ ରୁ ଓହରି ଆସି ଅସହଯୋଗ କରିବେ ବୋଲି ସଂଘର ସଭାପତି ଡ଼. କମଳାକାନ୍ତ ରାଉତ ଦୃଢୋକ୍ତି ପ୍ରକାଶ କରିଛନ୍ତି । 2007 ମସିହା ଠାରୁ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଦୀର୍ଘ 14 ବର୍ଷ ହେଲା କାର୍ଯ୍ୟ କରି ଆସୁଥିବା ବେଳେ ଏପର୍ଯ୍ୟନ୍ତ ସେମାନଙ୍କୁ ସରକାର ସ୍ଥାୟୀତ୍ୱ ପ୍ରଦାନ କରି ନାହାନ୍ତି । ଆୟୋଜିତ ସାମ୍ବାଦିକ ସମିଳନୀ ରେ ସଂଘର ସଭାପତି କମଳକାନ୍ତ ରାଉତ, ଉପସଭ।ପତି ଶ୍ୱେତା ସାଗରିକା, ସମ୍ପାଦକ ସୁଧୀର କୁମାର ବେହେରା , ସହ ସମ୍ପାଦକ ଅରୁଣ କୁମାର ସାହୁ ଏବଂ କୋଷଧକ୍ଷ ବିଭୁଦତ୍ତ ମିଶ୍ର ଙ୍କ ସମେତ ଅନେକ ଆୟୁଷ ଡାକ୍ତର ଉପସ୍ଥିତ ଥିଲେ ।
ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ଦାବି ନେଇ ଏକ ସାମ୍ବାଦିକ ସମିଳନୀ !!!

