କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଉପକଣ୍ଠ ଆୟତପୁର ପଞ୍ଚାୟତ ମୁସଲିମ ସାହି ଦାମଦରପୁର-୨ ସ୍ଥିତ ସାମାଜିକ ସଂଗଠନ ଉତ୍କଳମଣି ଗୋପବନ୍ଧୁ ସମାଜସେବା ଗୋଷ୍ଠୀ କେନ୍ଦ୍ର ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ସହ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ, ସିପାହୀ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରାର୍ଥନା କରାଯାଇଛି । ଗଣେଶ୍ୱର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୋଷ୍ଠୀ କେନ୍ଦ୍ର ସମ୍ପାଦକ ମହମ୍ମଦ ଓସିଉଲ୍ଲା . ମୁଖ୍ୟ ଅତିଥି ଭାବେ ଛତିଆ ସରକାରୀ ଭାରିଯାନ ଡ୍ରାଇଭିଂ ଟ୍ରେନିଙ୍ଗି ସ୍କୁଲର ଶିକ୍ଷକ କେଶି ସାମଲ, ମୁଖ୍ୟବକ୍ତା ନାଟ୍ୟକାର ଅଶୋକ ପଟ୍ଟନାୟକ, ସମାଜସେବୀ ପ୍ରଦୀପ୍ତ ମହାଳି, ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଷ୍ଟଡି ସର୍କଲର ଶିକ୍ଷକ ଭାଗିରଥି ବଳ, କୃଷ୍ଣଚନ୍ଦ୍ର ନାୟକ, ରତ୍ନାକର ନାୟକ,ସବିର୍ ଖାନ୍, ଜାଫର ଖାନ , ଜାକିର ଖାନ୍ , କଲିମରଷୁଲ ଖାନ୍, ନାରାୟଣ ଦାସ, ଜଗନ୍ନାଥ ଦାସ, ଟିକିଲି ଦେହୁରି, ଉର୍ମିଳା ଦେଉରୀ, ସୁହନା ପର୍ବିନ୍, ତସଲିମା ପର୍ବିନ, ନସିମା ବିବି, ୟାକୁବ ଖାନ୍, ଇଶ୍ୱର ନାୟକ, ଜ୍ୟୋତି ରଞ୍ଜନ ସିନା ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତି ରହି ମହାପୁରୁଷଙ୍କ ସ୍ମୃତି ଚାରଣ ସହ ସାମ୍ବାଦିକ ସମ୍ବର୍ଦ୍ଧନା ପ୍ରଦାନ ଓ ଛାତ୍ର ଛାତ୍ରୀ ମାନକୁ ପୁରସ୍କୃତ କରାଯାଇଛି ।
ଉତ୍କଳମଣି ଗୋପବନ୍ଧୁ ସମାଜସେବା ଗୋଷ୍ଠୀ କେନ୍ଦ୍ର ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ !!!

