୫୬୦ ଦିନ ଅତିକ୍ରମ କଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଏବଂ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ବାବଲପୁରସ୍ଥିତ ସମାଜ କଲ୍ୟାଣକାରୀ ଲୋକ ସଂଗଠନ, ଚିନ୍ମୟ ଫାଉଣ୍ଡେସନର ରିଲିଫ୍ ବଣ୍ଟନ ଏବଂ କରୋନା ମହାମାରୀ ବିଷୟରେ ସଚେତନତା କାର୍ଯ୍ୟକ୍ରମ ନିରବଛିନ୍ନ ଭାବରେ ଜାରି ରହିଛି । ୮୦ତମ ସପ୍ତାହରେ ଫାଉଣ୍ଡେସନ ପକ୍ଷରୁ ସଚେତନତା ଏବଂ ସାନିଟାଇଜିଂ କାର୍ଯ୍ୟକ୍ରମ ୫୫୪ତମ ଦିବସରୁ ୫୬୦ତମ ଦିବସ ପର୍ଯ୍ୟନ୍ତ ସାତ ଦିନ ଧରି ଓଡ଼ିଶାର ଭଦ୍ରକ ଜିଲ୍ଲାରେ କରାଯାଇଥିଲା । ଚିନ୍ମୟ ଫାଉଣ୍ଡେସନର ସଦସ୍ୟ ମାନେ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ବୁଲି କରୋନା ସଚେତନତା ସୃଷ୍ଟି କରିଥିବା ବେଳେ, କରୋନା କବଳରୁ ସୁରକ୍ଷା ପାଇଁ ମାସ୍କ, ଓ.ଆର.ଏସ, ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋଭସ୍ ଇତ୍ୟାଦି ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି । ବିଶେଷ କରି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗରିବ, ଅସହାୟ, ପାଗଳା ପାଗିଳି, ବସ୍ତି ବାସିନ୍ଦା ଏବଂ ବସଷ୍ଟାଣ୍ଡ, ରାସ୍ତାକଡ଼ ଓ ରେଲୱେ ପ୍ଲାଟଫର୍ମରେ ଜୀବନ କାଟୁଥିବା ଅଭାବୀ ଲୋକ ମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ମାକ୍ସ, ସାବୁନ, ସାନିଟାଇଜର, ଓ.ଆର.ଏସ, ପୋଷାକ ସହିତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମାଷ୍ଟର ମିହିର କୁମାର, ଶ୍ରୀମତୀ ମଧୁସ୍ମିତା ନାୟକ, ତୁଳସୀ ମଲ୍ଲିକ, ପ୍ରଫୁଲ୍ଲ ଦାଶ ଆଦି ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *