କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନର ଜୈନକ ମୁସଲମାନ ଯୁବକ ହିନ୍ଦୁ ଦେବାଦବୀଙ୍କୁ ନେଇ ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କୁ ନେଇ ଚାପା ଉତ୍ତେଜନା ଦେଖାଯିବା ସହ ଉକ୍ତ ଯୁବକ କୁ ତୁରନ୍ତ ଗିରଫ କରିବା ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ କନ୍ଧମାଳ ହିନ୍ଦୁ ସଙ୍ଗଠନ ପକ୍ଷରୁ ସମଗ୍ର ସହର ରେ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି ।

ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପୂର୍ଣ୍ଣ ସମର୍ଥନ ଥିବା ଯୋଗୁଁ ଏହା ଉଗ୍ର ରୂପ ନେବା ଆଶଙ୍କା କରାଯାଉଅଛି । ସୋସିଆଲ ମିଡିଆରେ ଜଣେ ମୁସଲମାନ ଯୁବକ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଉକ୍ତ ମୁସଲମାନ ଯୁବକକୁ ତୁରନ୍ତ ଗିରଫ କରା ନଗଲେ ରାଜ୍ୟ ବ୍ୟାପି ଆନ୍ଦୋଳନକୁ ତିବ୍ର କରାଯିବା ପାଇଁ ହିନ୍ଦୁ ପୁତ୍ର ସଙ୍ଗଠନ ନେତା ସୁରେଶ କୁମାର ପତି ଚେତାବନୀ ଦେଇଛନ୍ତି l ତେବେ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଥାନା ରେ ପୁଲିସ ପଚରା ଉଚରା ଆରମ୍ଭ କରିଥିବା ଜଣାପଡ଼ିଛି l

